Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rajpal Yadav Cheque Bounce Case: ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ୧୩ ଅକ୍ଟୋବର ସୁଦ୍ଧା ଜମା କରିବେ ୨ କୋଟି

ନୂଆଦିଲ୍ଲୀ: ଚେକ୍‌ ବାଉନ୍ସ ମାମଲାରେ ଅଭିନେତା ରାଜପାଲ ଯାଦବଙ୍କୁ ଅକ୍ଟୋବର ୧୩ ସୁଦ୍ଧା ୨ କୋଟି ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଟଙ୍କା ଜମା ହେବା ପରେ ହିଁ ହାଇକୋର୍ଟଙ୍କ ଆଦେଶ ବିରୋଧରେ ରାଜପାଲଙ୍କ ଆବେଦନ ଉପରେ ବିଚାର କରାଯିବ। ଶୁଣାଣି ସମୟରେ ରାଜପାଲ ନିଜେ କୋର୍ଟରେ ଉପସ୍ଥିତ ଥିଲେ ଏବଂ ୧.୧୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ନେଇ ଆସିଥିଲେ। ବାକି ୮୫ ଲକ୍ଷ ଟଙ୍କା ତାଙ୍କ ସମ୍ପତ୍ତି କିଣୁଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଜମା ହେବ ବୋଲି କୁହାଯାଇଛି।

ଶୁଣାଣି ବେଳେ ରାଜପାଲ ଯାଦବଙ୍କ ଆଚରଣକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଟଙ୍କା ଜମା କରିବାରେ ବାରମ୍ବାର ବିଳମ୍ବ ହେଉଥିବାରୁ ତାଙ୍କ ସଜା ବଢ଼ାଯାଇପାରେ ବୋଲି କୋର୍ଟ ଚେତାବନୀ ଦେଇଥିଲେ। ଏହି ସମୟରେ କୋର୍ଟ କହିଥିଲେ, “Law should not be utilised like this.” ଶୁଣାଣି ବେଳେ ରାଜପାଲ ତାଙ୍କ ଫିଲ୍ମ ‘ଅତା ପତା ଲାପତା’ ପାଇଁ ପ୍ରାୟ ୨୦୦ରୁ ୨୫୦ କୋଟି ଟଙ୍କା କ୍ଷତି ହୋଇଥିବା କଥା କହିଥିଲେ। ଏହାପରେ CJI ମଜାଳିଆ ଢଙ୍ଗରେ ଫିଲ୍ମର ନାଁକୁ ନେଇ ଟଙ୍କା “ଅତା ପତା ଲାପତା” ହୋଇଯାଇଥିବା ଟିପ୍ପଣୀ କରିଥିଲେ।

ଏହି ମାମଲା ୨୦୧୦ରେ ଫିଲ୍ମ ‘ଅତା ପତା ଲାପତା’ ପାଇଁ ନିଆଯାଇଥିବା ଋଣ ସହ ଜଡ଼ିତ। ରିପୋର୍ଟ ଅନୁସାରେ, ଋଣ ପରିଶୋଧ ପାଇଁ ରାଜପାଲଙ୍କ ପକ୍ଷରୁ ୭ଟି ଚେକ୍‌ ଦିଆଯାଇଥିଲା ଏବଂ ପ୍ରତ୍ୟେକ ଚେକ୍‌ର ମୂଲ୍ୟ ୧.୦୫ କୋଟି ଟଙ୍କା ଥିଲା। ପରେ ଏହି ଚେକ୍‌ଗୁଡ଼ିକ ବାଉନ୍ସ ହୋଇଥିବା ନେଇ ମାମଲା ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ରାଜପାଲଙ୍କୁ ଜେଲ୍‌ ଦଣ୍ଡାଦେଶ ଦେଇଥିବା ବେଳେ, ଏବେ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ପ୍ରକ୍ରିୟା ଜାରି ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories