Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖିର ତାଣ୍ଡବ,ଅନେକ ଘରର ଛାତ ଉଡିଲା

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଗତ କାଲି ରାତି ଦସଟାରେ କାଳବୈଶାଖୀର ତାଣ୍ଡବ ଲିଳା ଦେଖିବାକୁ ମିଳିଛି।ଏଥିରେ ଅନେକ ଘରର ଛାତ ଉଡି ଜାଇଥିବା ବେଳେ ବହୁ ସଂଖ୍ୟରେ ଖାଦ୍ୟ ଶସ୍ୟ ଓ ଆସବାବ ପତ୍ର ନଷ୍ଟ ହୋଇ ଜାଇଛି। ପାଲକୁଣ୍ଡା ସାହିରେ ରବି ନାଚିକା,ଚମ୍ପିକୋଟା ସାହିର ବାବୁଲା ପାତ୍ର,ରବି ବିଶୋଇ ଓ ଅନ୍ୟ କେତେକଙ୍କ ଘରର ଟିଣ ଗୁଡିକ ଉଡିଯାଇଥିବା ବେଳେ ଆଜବେଷ୍ଟ ଗୁଡିକ ମଧ୍ୟ ଭାଙ୍ଗିଯାଇଛି।ଗତ କାଲି ରାତ୍ର ପ୍ରାୟ ଦଶଟା ସମୟରେ ପ୍ରଚଣ୍ଡ ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଏପରି ପରିସ୍ଥିତି ଉପୁଜିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ