ଲଡୁଗାଁ ରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ, ଅଧିବାସ ବିଲ୍ଵ ବରଣ ସହ ଶାରଦୀୟ ଦୁର୍ଗାପୂଜା ଆରମ୍ଭ।
କଳାହାଣ୍ଡି,୧୪/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ବୁଧବାର ମହା ଆଡମ୍ବରରେ ଅଧିବାସ ଓ ବିଲ୍ଵ ବରଣ ହୋଇଛି। ଲଡୁଗାଁ ସହର ଭାଇଚାରା ର ନିଦର୍ଶନ ସହ ସମସ୍ତ ବର୍ଗ ର ଲୋକଙ୍କ ସମାଗମ ରେ ଦୁର୍ଗା ପୂଜା କୁ ମହା ସମାରୋହରେ ପାଳନ କରା ଯାଉଛି। ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ପାଇଁ ପୂଜାକର୍ତ୍ତା ଭାବେ ଶିଳ୍ପପତି ରାଜେଶ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ମନୀଷା ଅଗ୍ରୱାଲ ପୂଜାର୍ଚ୍ଚନା ତୁଲାଉଛନ୍ତି। ଆଜି ଅଧିବାସ ଓ ବିଲ୍ଵବରଣ ପୂର୍ବରୁ ପୂଜାକର୍ତ୍ତା ଙ୍କୁ ଦୁର୍ଗା ପୂଜା କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରାରେ ଲଡୁଗାଁ ସହର ପରିକ୍ରମା କରି ବିଭିନ୍ନ ସାଂସ୍କୃତିକ ଦଳ ର ସମାହାର ରେ ପହଞ୍ଚି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂଜାକର୍ତ୍ତା ରାଜେଶ ଅଗ୍ରୱାଲ ସପତ୍ନୀକ ଙ୍କୁ ତାଙ୍କ ବାସଭବନ ରୁ ବାଟ ବରଣ କରି ବିଲ୍ଵ ବରଣ ପାଇଁ ମାଝୀପଡା ଗୌନ୍ତିଆ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ଏହି ଅବସରରେ ଦୁର୍ଗାପୂଜା କମିଟି ଲଡୁଗାଁ ର ସଭାପତି ମନୋଜ କୁମାର ଅଗ୍ରୱାଲ,ଉପ ସଭାପତି ମୋହନ ଚରଣ ଦାସ, ସମ୍ପାଦକ କଂହେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ଜିତେନ୍ଦ୍ର ମାଝୀ, ସହ ସମ୍ପାଦକ ରବୀନ୍ଦ୍ର ନାରାୟଣ ଦାସ, ଧ୍ଵଜ ମହାନନ୍ଦ କମିଟି ର ଉପଦେଷ୍ଟା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଶ୍ରୀମନ୍ତ ପାଢ଼ୀ,କିଶୋର ଚନ୍ଦ୍ର ଦାସ ଗୁଣନିଧି ବାଗ,ପଙ୍କଜ ମୁଖ ଚୌଧୁରୀ ସମେତ ସଦସ୍ୟ ଜୟ ଭଗବାନ ଅଗ୍ରୱାଲ,ବିରେନ୍ଦ୍ର ନାରାୟଣ ଦାସ, ନାନକ ଅଗ୍ରୱାଲ,ମନୋଜ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା,ପଙ୍କଜ ଅଗ୍ରୱାଲ ସମେତ ଲଡୁଗାଁ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

