ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର।
କଳାହାଣ୍ଡି,୧୪/୧୦
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମୋଟେର ଚାରବାହାଲ ରାସ୍ତାର ଅମୂଲ୍ୟ ସିଡ୍ସ ନିକଟରେ ବୁଧବାର ସନ୍ଧ୍ୟାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ।
ସୂଚନା ଅନୁଯାୟୀ ଦୁଇ ବାଇକ୍ କେଟିଏମ ବାଇକ ନମ୍ବର(( ଓଡ଼ି ୦୮ ଏବି ୦୬୭୧) ଓ ହିରୋ ବାଇକ (ଓଡ଼ି ୦୮ ଏମ ୫୦୩୨) ମଧ୍ୟରେ ଧକ୍କା ହେବା ପରେ ଉଭୟ ଆରୋହୀ ରାସ୍ତା ଉପରେ ପଡ଼ି ଗୁରୁତର ହୋଇଥିଲେ।ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇ ରାସ୍ତା ଉପରେ ସଙ୍କଟାପନ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖି ସେହି ସମୟରେ ଭବାନୀପାଟଣା ଯାଉଥିବା ବିଜେପି ନେତା ତ୍ରିନାଥ ଶବର,ତ୍ରିଲୋକ୍ୟ ବେଶ୍ରା ସମେତ ସ୍ଥାନୀୟ ଲୋକମାନେ ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ଦୁଇ ଗୁରୁତର ଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନା ପଠାଇଥିଲେ। ତେବେ ଚିକତ୍ସାଧିନ ଅବସ୍ଥାରେ ଦୁର୍ଘଟଣା ରେ ଗୁରୁତର ଚାରବାହାଲ ଗ୍ରାମ ର ଭୀମ ସାହୁ(୬୨) ଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଜଣେ ଗୁରୁତର ଯୁବକ ଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି। ତେବେ ଯୁବକ ଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ କୋକସରା ଥାନା ମୋଟେର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ କୁ ଜବତ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି

