ଅନ୍ତର୍ନିହିତ ପ୍ରତିଭା କୁ ପ୍ରସ୍ଫୁଟିତ କରୁଛି ଶିଶୁ ମହୋତ୍ସବ ସୁରଭି।
କଳାହାଣ୍ଡି,୧୫/୧୦
କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ଖୁଣ୍ଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଅନ୍ବେଷଣ ସହ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇ ଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ଡାଳଗୁମା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବୀ ଧରୁଆ , ମୁଖ୍ୟବକ୍ତା ଭାବେ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ପାଢ଼ୀ,ସମ୍ମାନିତ ଅତିଥି ଭାବେ ଡାଲଗୁମା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୃଷୀକେଶ ନାଏକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୁପେନ୍ଦ୍ର ସୁନାନୀ, ପୂର୍ବତନ ପ୍ରଧାନ ଶିକ୍ଷକ ନିଦାମ ସୁନାନୀ,ବରିଷ୍ଠ ଶିକ୍ଷକ ଜନ୍ମେଜୟ ଚୌଧୁରୀ, ରାଜ କିଶୋର ଭୋଇ, ଦିଗାମ୍ବର ଦଳପତି ପ୍ରମୁଖ ଯୋଗଦାନ କରି ଶିଶୁ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ ତଥା ଉନ୍ମୋଚନ କରିବା ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ପ୍ରମୁଖ ମଞ୍ଚ ଏବଂ ସମସ୍ତ ଛାତ୍ରଛାତ୍ରୀ ଏହି ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ପ୍ରତିଭାର ପ୍ରଦର୍ଶନ କରି ସୁନାମ ଅର୍ଜନ କରିବାର ଆବଶ୍ୟକତା ରହିଛି ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ଅବସରରେ ଶିଶୁମାନଙ୍କ ମାନଙ୍କ ମଧ୍ୟରେ ବିଷୟବସ୍ତୁ ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୂକାରୀ ଶ୍ରୀମନ୍ତ ଧରୁଆ ଯୋଗଦାନ କରି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସାମିଲ୍ ରହିଥିଲେ। ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡାଳଗୁମା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସହ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ। ଶିକ୍ଷକ ସନ୍ତୋଷ ସୁନାନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଲାମ୍ବର ଛତ୍ରିଆ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

