Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Boudh Mahanadi Bridge Incident: ମହାନଦୀକୁ ଡେଇଁପଡ଼ିଲେ ଯୁବକ, ଅଗ୍ନିଶମ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲା

ବୌଦ୍ଧ: ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁପଡ଼ିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ ହେଉଛନ୍ତି ପୁରୁଣାକଟକ ଥାନା ଅନ୍ତର୍ଗତ ଖଡ଼ବନ୍ଧ ଗାଁର ଲିପୁନ୍ ବେହେରା। ତାଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ବ୍ରିଜ୍‌ ନିକଟରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା।

ସୂଚନା ଅନୁସାରେ, ଲିପୁନ୍ ତାଙ୍କ ସମ୍ପର୍କୀୟ ଭାଇ ଓ ଜଣେ ଯୁବତୀଙ୍କ ସହ ବୌଦ୍ଧରେ ରହୁଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ପରେ ତିନିଜଣ ଗୋଟିଏ ସ୍କୁଟିରେ ମହାନଦୀ ବ୍ରିଜ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ ଲିପୁନ୍ ଓ ଯୁବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିବା କୁହାଯାଉଛି। ଏହାପରେ ଲିପୁନ୍ ହଠାତ୍ ବ୍ରିଜ୍‌ରୁ ନଦୀକୁ ଡେଇଁପଡ଼ିଥିବା ତାଙ୍କ ସହ ଥିବା ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଲିପୁନ୍‌ଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ଅନ୍ୟପଟେ, ବୌଦ୍ଧ ପୋଲିସ ଯୁବତୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଯୁବକ ନଦୀକୁ ଡେଇଁବାର ପ୍ରକୃତ କାରଣ ଓ ଘଟଣାର ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ପୋଲିସ ଯାଞ୍ଚ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories