Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Dhruv Rathee Defamation Case: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଗୁରୁଗ୍ରାମ ଘରକୁ ଗଲା କୋର୍ଟଙ୍କ ସମନ୍‌, ୧୭ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଗୁରୁଗ୍ରାମସ୍ଥିତ ଘରର ମୁଖ୍ୟ ଫାଟକରେ ଦିଲ୍ଲୀର ସାକେତ କୋର୍ଟ ପକ୍ଷରୁ ଜାରି ସମନ୍‌ ଲଗାଯାଇଛି। ବିଜେପି ଆଇଟି ସେଲ୍‌ ସହ ଜଡ଼ିତ ବିକାଶ ସାଙ୍କୃତ୍ୟାୟନ, ଯିଏ ବିକାଶ ପାଣ୍ଡେ ନାମରେ ମଧ୍ୟ ପରିଚିତ, ତାଙ୍କ ଦ୍ୱାରା ଦାଖଲ ମାନହାନି ମାମଲାରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ଧ୍ରୁବ ରାଠୀଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ୍‌ ଜାରି କରାଯାଇଛି।

ଏହି ମାମଲା ୨୦୧୮ରେ ଧ୍ରୁବ ରାଠୀ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ୍‌ କରିଥିବା ‘BJP IT Cell Part-2’ ଭିଡିଓକୁ ନେଇ ହୋଇଛି। ଅଭିଯୋଗକାରୀ ବିକାଶ ପାଣ୍ଡେଙ୍କ କହିବା ଅନୁସାରେ, ଏହି ଭିଡିଓରେ ତାଙ୍କ ବିରୋଧରେ ମିଥ୍ୟା କଥା କୁହାଯାଇଛି। ଏହାଦ୍ୱାରା ତାଙ୍କ ନାଁ ଓ ପ୍ରତିଷ୍ଠାର କ୍ଷତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି କାରଣରୁ ସେ ଧ୍ରୁବ ରାଠୀଙ୍କ ବିରୋଧରେ ମାନହାନି ମାମଲା ଦାଖଲ କରିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୭ ତାରିଖରେ ହେବ। ଏବେ କୋର୍ଟରେ ମାମଲାର ଶୁଣାଣି ଜାରି ରହିଥିବାରୁ ଅଭିଯୋଗ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିନାହିଁ। ଆଗାମୀ ଶୁଣାଣିରେ କୋର୍ଟ କ’ଣ କହୁଛନ୍ତି, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories