Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Student Union Election: ନିର୍ବାଚନରେ ଜିତିବା ପରେ ଆଜି ଶପଥ ନେବେ ଛାତ୍ର ନେତା! ଅନ୍ୟପଟେ କେନ୍ଦ୍ରାପଡ଼ା କଲେଜରେ ଉତ୍ତେଜନା, ପୁନଃଗଣତି ଦାବିରେ ଧାରଣା

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିବାଦ ଦେଖାଦେଇଛି। ଗତକାଲି ନିର୍ବାଚନ ଶେଷ ହେବା ପରେ ବିଳମ୍ବିତ ରାତିରେ ଫଳାଫଳ ଆସିଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଫଳାଫଳ ରାତି ପ୍ରାୟ ୨ଟାରେ ପ୍ରକାଶ ପାଇଥିବା ସୂଚନା ମିଳିଛି। ଏହା ପରେ କେତେକ କ୍ୟାମ୍ପସ୍‌ରେ ନିର୍ବାଚନକୁ ନେଇ ଅସନ୍ତୋଷ ଓ ବିବାଦ ବଢ଼ିଛି।

ଅନ୍ୟପଟେ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବିଜୟୀ ହେବା ପରେ ଭୋଟ୍‌ର ପୁନଃଗଣତି ଦାବି କରି ଏବିଭିପି ପକ୍ଷରୁ ରାସ୍ତରେ ଧାରଣା ଦିଆଯାଇଛି। ଆଜି ମଧ୍ୟ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଥିବାରୁ କଲେଜ ପରିସରରେ ଉତ୍ତେଜନା ଲାଗିରହିଛି।

ଆଜି ନବନିର୍ବାଚିତ ଛାତ୍ରନେତାଙ୍କ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାରୁ ସମ୍ଭାବ୍ୟ ଗଣ୍ଡଗୋଳକୁ ଏଡ଼ାଇବା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ନିର୍ବାଚନ ଫଳାଫଳକୁ ନେଇ ରହିଥିବା ଅସନ୍ତୋଷ ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ କିପରି ଶାନ୍ତିପୂର୍ଣ୍ଣ ଭାବେ ହେବ, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories