Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁଲଣ୍ତିରେ ଅଗ୍ନିସଂଯୋଗରେ ଶହଶହ ଧାନବସ୍ତା ଭସ୍ମିଭୂତ

ବରପାଲି:ବରପାଲି ବ୍ଳକ ତୁଲଣ୍ତି ଗ୍ରାମରେ ଅଗ୍ନି ସଂଯୋଗ ଶିକାରରେ ଶହଶହ ଧାନବସ୍ତା ଖଳାରେ ଜଳି ନାରଖାର ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ରାଜଂ ନଦୀକୂଳରେ ରହିଥିବା ବହୁ ଲୋକଙ୍କ ଧାନଖଳା ମାନଙ୍କରେ ନିଆଁର ସୂତ୍ରପାତ ହୋଇଥିଲା। ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ଗ୍ରିଷ୍ମର ପ୍ରଭାବ ବଢୁଥିବା ବେଳେ ଗୁଳିଗୁଳି ଓ ଝାଞ୍ଝ ପବନ ଅସହ୍ଯ ସ୍ଥିତିରେ ପକାଇରଖିଛି। ଏହିପରି ସମୟରେ ଚାଷୀ ତାର ଉତ୍ପାଦିତ ଧାନ ଗଣ୍ତାକ ସଂଗ୍ରହ କରି ବିକ୍ରି ଅପେକ୍ଷାରେ ନିଜଧାନ ଖଳାରେ ସାଇତି ରଖିଥିଲା। ହେଲେ ଆଜି ଦିନ ଦ୍ବିପହର ସମୟରେ ଅଚାନକ ବିଭିନ୍ନ ଲୋକଙ୍କ ଧାନଖଳା ମାନଙ୍କରେ ନିଆଁଲାଗି ଧୂଆଁ ଉପରକୁ ଉଠୁଥିବା ଦେଖାଯାଇଥିଲା। ନିଆଁର ସୂତ୍ରପାତର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ସ୍ବଷ୍ଟ ଭାବେ ଜଣାପଡିନାହିଁ। କ୍ଷୟକ୍ଷତିର ଶିକାର ହୋଇଥିବା ଚାଷୀ ମାନଙ୍କ ମଧ୍ଯରେ ଜୟକ୍ରୁଷ୍ଣ ସାହୁ ୪୦ ବସ୍ତା,ଉତ୍ତମ ପଧାନ ମଡା ହୋଇଥିବା ଧାନଗଦା,ଦଲକ୍ରୁଷ୍ଣ ପଧାନ ଗାଇଗୁହାଳ ସହ ଧାନ ଖରି, ଗୋବର୍ଦ୍ଧନ ପଧାନଙ୍କ ୨୦ବସ୍ତା ଧାନ ପୋଡି ଯାଇଥିବା ଜଣାପଡିଛି। କ୍ଷତିଗ୍ରସ୍ଥ ଚାଷୀମାନେ ସ୍ଥାନିୟ ତହସିଲଦାର ଓ ରାଜସ୍ବ ବିଭାଗର ଦ୍ବାରସ୍ଥ ହୋଇ ସହାୟତା ପାଇଁ ଦାବୀ ଜଣାଇଥିଲେ। ପରେ ରାଜସ୍ବବିଭାଗିୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଚିଂ ତଦାରଖ କାର୍ଯ୍ଯରେ ଲାଗିଥିବା ଜଣାପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ