Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri Jagannath Temple: ଶ୍ରୀମନ୍ଦିର ବ୍ୟାରିକେଡ୍‌ ବାହାରେ ଦର୍ଶନ ଅପେକ୍ଷାରେ ଭକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ। ସୂଚନା ଅନୁସାରେ, ସେ ଆଜି ସକାଳେ ନିଜ ବନ୍ଧୁବାନ୍ଧବଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ବ୍ୟାରିକେଡ୍‌ ବାହାରେ ଅପେକ୍ଷା କରିଥିବା ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ।

ତୁରନ୍ତ ସେଠାରେ ନିୟୋଜିତ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ତାଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରାଯାଇଥିଲା।

ପରିବାରର ସୂଚନା ଓ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚରୁ ଦେବରାଜ ଗତ ୩ ବର୍ଷ ଧରି ହୃଦ୍‌ରୋଗଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଛି। ପ୍ରାଥମିକ ଅନୁମାନ ଅନୁସାରେ, ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ। ତେବେ ମୃତ୍ୟୁର ସଠିକ୍‌ କାରଣ ସମ୍ପର୍କରେ ଅଧିକାରିକ ସ୍ପଷ୍ଟତା ମିଳିବା ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories