Badrinath Helicopter Crash: ଉତ୍ତରାଖଣ୍ଡରେ ନିଖୋଜ ହୋଇଥିବା ହେଲକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ଜଣ ଥିବା ସୂଚନା; ଉଦ୍ଧାର ପାଇଁ ପହଞ୍ଚିଲେ ଟିମ୍
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ହେଲିକପ୍ଟରରେ ପାଇଲଟ୍ଙ୍କ ସମେତ ୬ ଜଣ ଥିବା ସୂଚନା ଦିଆଯାଇଛି। ଜ୍ୟୋତିର୍ମଠ ଓ ବଦ୍ରିନାଥ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ନିଖୋଜ ହୋଇଥିବା ପ୍ରାଥମିକ ଖବର ଆସିଥିଲା।
ଘଟଣା ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପୋଲିସ, SDRF, ସେନା ଏବଂ ITBPର ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି। ନିଖୋଜ ହେଲିକପ୍ଟରର ସନ୍ଧାନ ସହ ଏଥିରେ ଥିବା ଯାତ୍ରୀ ଓ ପାଇଲଟ୍ଙ୍କ ସ୍ଥିତି ଜାଣିବାକୁ ଉଦ୍ୟମ ଚାଲିଛି।
ତେବେ ଦୁର୍ଘଟଣାର କାରଣ ଏବଂ ହେଲିକପ୍ଟରରେ ଥିବା ୬ ଜଣଙ୍କ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଉଦ୍ଧାରକାରୀ ଟିମ୍ଙ୍କ ଯାଞ୍ଚ ପରେ ଘଟଣାର ଅଧିକ ବିବରଣୀ ସାମ୍ନାକୁ ଆସିବ।

