Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲିରେ ଦିବ୍ଯାଙ୍ଗ ସମ୍ବଳଗୃହ ଉଦ୍‌ଘାଟିତ

ବରପାଲି : ବରପାଲି ବ୍ଳକ ଗୋଷ୍ଠୀ ଶିକ୍ଷା କେନ୍ର୍ଦ କାର୍ଯ୍ୟାଳୟ ପରିସରରେ ଦିବ୍ଯାଙ୍ଗ ମାନଙ୍କ ସହଯୋଗ ପାଇଁ ସମ୍ବଳ ଗୃହ ଉଦ୍‌ଘାଟିତ ହୋଇଯାଇଛି । ସେହିପରି ଦିବ୍ଯାଙ୍ଗ ଅଭିଭାବକ ଓ ଶିକ୍ଷାକର୍ମି ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ସ୍ଥାନିୟ ଗୋଷ୍ଠୀ ଶିକ୍ଷାଧିକାରୀ ମୁକୁନ୍ଦ ମହରାଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ବରଗଡ ଜିଲ୍ଲା ସହ ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ସମ୍ବଳଗୃହକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବରେ ବିଆରସିସି ଦୁର୍ଯ୍ୟୋଧନ ସିଂ, ବିଆରଟି ମୁକୁନ୍ଦ ମେହେର ମଞ୍ଚାସିନ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ବିଆରଟି ମୁକୁନ୍ଦ ମେହେର ସଂଚାଳନ କରିଥିଲେ। ମୁଖ୍ୟଅତିଥି ସହ ଜିଲ୍ଲା ଶିକ୍ଷାଧିକାରୀ ସାହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ବଳ ଗୃହର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ସରକାରୀ ସହାୟତା ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସ୍ଥାନିୟ ବିଇଓ ମୁକୁନ୍ଦ ମହରା ଭିନ୍ନକ୍ଷମ ମାନଙ୍କ ବ୍ଯବହାର୍ଯ୍ଯ ଉପକରଣ ଓ ସଠିକ ଉପଯୋଗ ସମ୍ପର୍କରେ ଉପସ୍ଥାପନ କରିଥିଲେ।

ବରପାଲି ବ୍ଲକ ବିଭିନ୍ନ ପଞ୍ଚାୟତରୁ ପଞ୍ଚାୟତ ସ୍ତରରେ ରହିଥିବା ଅର୍ନ୍ତନିବେଶି ଶିକ୍ଷା ସହାୟକ, ଅଭିଭାବକ ଅବିଭାବିକା,ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ବିଭାଗିୟ ସିଆରସିସି ସଭା କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଗହଣରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ତୋଳାରାମ ସାହୁ, ମିହିର ପଧାନ, ନୃପରାଜ ଦାଶ, ଲୁପାନ୍‌ଚନ ବାରିକ, କ୍ଷେତ୍ର ମେହେରଙ୍କ ସହ ତେଜଙ୍ଗ କ୍ଲଷ୍ଟର ସିଆରସିସି ସଞ୍ଜୟ କୁମାର ସାହୁ ସହଯୋଗ କରିଥିଲେ । ଶେଷରେ ଗଙ୍ଗାଧର ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । : ବରପାଲି ବ୍ଳକ ଗୋଷ୍ଠୀ ଶିକ୍ଷା କେନ୍ର୍ଦ କାର୍ଯ୍ୟାଳୟ ପରିସରରେ ଦିବ୍ଯାଙ୍ଗ ମାନଙ୍କ ସହଯୋଗ ପାଇଁ ସମ୍ବଳ ଗୃହ ଉଦ୍‌ଘାଟିତ ହୋଇଯାଇଛି । ସେହିପରି ଦିବ୍ଯାଙ୍ଗ ଅଭିଭାବକ ଓ ଶିକ୍ଷାକର୍ମି ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ସ୍ଥାନିୟ ଗୋଷ୍ଠୀ ଶିକ୍ଷାଧିକାରୀ ମୁକୁନ୍ଦ ମହରାଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ବରଗଡ ଜିଲ୍ଲା ସହ ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ସମ୍ବଳଗୃହକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବରେ ବିଆରସିସି ଦୁର୍ଯ୍ୟୋଧନ ସିଂ, ବିଆରଟି ମୁକୁନ୍ଦ ମେହେର ମଞ୍ଚାସିନ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ବିଆରଟି ମୁକୁନ୍ଦ ମେହେର ସଂଚାଳନ କରିଥିଲେ।

ମୁଖ୍ୟଅତିଥି ସହ ଜିଲ୍ଲା ଶିକ୍ଷାଧିକାରୀ ସାହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ବଳ ଗୃହର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ସରକାରୀ ସହାୟତା ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସ୍ଥାନିୟ ବିଇଓ ମୁକୁନ୍ଦ ମହରା ଭିନ୍ନକ୍ଷମ ମାନଙ୍କ ବ୍ଯବହାର୍ଯ୍ଯ ଉପକରଣ ଓ ସଠିକ ଉପଯୋଗ ସମ୍ପର୍କରେ ଉପସ୍ଥାପନ କରିଥିଲେ। ବରପାଲି ବ୍ଲକ ବିଭିନ୍ନ ପଞ୍ଚାୟତରୁ ପଞ୍ଚାୟତ ସ୍ତରରେ ରହିଥିବା ଅର୍ନ୍ତନିବେଶି ଶିକ୍ଷା ସହାୟକ, ଅଭିଭାବକ ଅବିଭାବିକା,ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ବିଭାଗିୟ ସିଆରସିସି ସଭା କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଗହଣରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ତୋଳାରାମ ସାହୁ, ମିହିର ପଧାନ, ନୃପରାଜ ଦାଶ, ଲୁପାନ୍‌ଚନ ବାରିକ, କ୍ଷେତ୍ର ମେହେରଙ୍କ ସହ ତେଜଙ୍ଗ କ୍ଲଷ୍ଟର ସିଆରସିସି ସଞ୍ଜୟ କୁମାର ସାହୁ ସହଯୋଗ କରିଥିଲେ । ଶେଷରେ ଗଙ୍ଗାଧର ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ