Brij Bhushan Sharan Singh Birthday Gift: ଜନ୍ମଦିନରେ ବାପାଙ୍କୁ ହେଲିପ୍ୟାଡ୍ ଉପହାର ଦେଲେ ଝିଅ ଶାଳିନୀ, ନୋଏଡାରେ ନିଜେ ଉଦ୍ଘାଟନ କଲେ ବ୍ରିଜଭୂଷଣ
ଉତ୍ତରପ୍ରଦେଶ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଜନ୍ମଦିନରେ ତାଙ୍କ ଝିଅ ଶାଳିନୀ ସିଂହ ଏକ ନିଆରା ଉପହାର ଦେଇଛନ୍ତି। ସେ ବାପାଙ୍କୁ ନୋଏଡାରେ ଏକ ହେଲିପ୍ୟାଡ୍ ଉପହାର ଦେଇଛନ୍ତି। ଜନ୍ମଦିନ ଅବସରରେ ବ୍ରିଜଭୂଷଣ ନିଜେ ଏହି ହେଲିପ୍ୟାଡ୍ର ଉଦ୍ଘାଟନ କରିଥିଲେ।
ସୂଚନା ଅନୁସାରେ, ବାପାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଶାଳିନୀ ଏହି ଉପହାର ଦେଇଛନ୍ତି। ଶାଳିନୀ ସିଂହ ନୋଏଡାରେ ବିଜେପି କର୍ମୀ ଭାବେ କାର୍ଯ୍ୟ କରିବା ସହ ନୋଏଡା ସିଟିଜେନ୍ ଫୋରମ୍ର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି। ଏହାସହ ଗୌତମ ବୁଦ୍ଧ ନଗର ଜିଲ୍ଲାର ଏକ ଆସନରୁ ବିଜେପି ଟିକେଟ୍ ପାଇଁ ସେ ଦାବିଦାର ଥିବା ନେଇ ମଧ୍ୟ ଆଲୋଚନା ହେଉଛି।
ହେଲିପ୍ୟାଡ୍ ଉଦ୍ଘାଟନ ସମୟରେ ପରିବାରର ସଦସ୍ୟଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ। ସମସ୍ତେ ବ୍ରିଜଭୂଷଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ସୁସ୍ଥ ଜୀବନ ଓ ଦୀର୍ଘାୟୁ କାମନା କରିଥିଲେ।

