Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୦୧/୧୧
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମ ରେ ସତ୍ୟସାଇ ସେବା ସଙ୍ଗଠନ କଳାହାଣ୍ଡି ଶାଖା ପକ୍ଷରୁ ସତ୍ୟସାଇ ବାବା ଙ୍କ ୧୦୧ ତମ ଜନ୍ମ ଦିବସ ଅବସରରେ ପ୍ରେମ ସଂଜୀବନି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସେବା ସଙ୍ଗଠନ ର ରାଜ୍ୟ ସଭାପତି ସତ୍ୟ ସ୍ବରୂପ ପଟ୍ଟନାୟକ, ରାଜ୍ୟ ଉପ ସଭାପତି ପ୍ରତାପ ମହାନ୍ତି, ଜୋନାଲ ସଭାପତି ନାରାୟଣ ପ୍ରସାଦ ସାରା ଉପସ୍ଥିତ ରହି ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ସତ୍ୟସାଇ ସଙ୍ଗଠନ ର ଅନେକ ସଦସ୍ୟ ଲୋକଙ୍କ ଅମୂଲ୍ୟ ଜୀବନ ସମ୍ପଦ ପାଇଁ ରକ୍ତ ଦାନ କରିଥିଲେ। ଏହାପରେ ସତ୍ୟସାଇ ସଙ୍ଗଠନ ସହ ଦୀର୍ଘବର୍ଷ ଧରି ଜଡିତ ରହି ସେବା କାର୍ଯ୍ୟ ରେ ଅବଦାନ ଦେଇ ଚଳିତ ବର୍ଷ ପରଲୋକ ଗମନ କରିଥିବା ଦିବଙ୍ଗତ ସ୍ବର୍ଗତ ପ୍ରେମଲାଲ ସାହୁ ଙ୍କ ପରିବାର କୁ ସଙ୍ଗଠନ ର କର୍ମକର୍ତ୍ତା ମାନେ ସମବେଦନା ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଆଁଇଲି ଗ୍ରାମ ସତ୍ୟସାଇ ସଙ୍ଗଠନ ର ଆବାହକ କୁଞ୍ଜ ବିହାରୀ ସାହୁ, ମନ୍ମଥ ପାଢ଼ୀ, ରଞ୍ଜିତ ବେଶ୍ରା, ନୀଳମାଧଵ ସାହୁ, ରସିକ ଲାଲ ମାଝୀ, କୁମୁଦ ମାଝୀ, ସମିତି ସଂଯୋଜକ ଫକୀର ସାହୁ, ତୁଳସୀ ବାଗ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories