Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Agra Hindu Wedding: ତାଜମହଲ ସହର ଆଗ୍ରାରେ ହିନ୍ଦୁ ରୀତିନୀତିରେ ବିବାହ କଲେ ଇଟାଲୀର ପ୍ରେମୀ ଯୁଗଳ

ଉତ୍ତରପ୍ରଦେଶ: ପ୍ରେମର ସହର ଆଗ୍ରାରେ ଭାରତୀୟ ସଂସ୍କୃତି ପ୍ରତି ଆକର୍ଷିତ ହୋଇ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ଇଟାଲୀର ଏକ ପ୍ରେମୀ ଯୁଗଳ। ଇଟାଲୀର ଲିଗୁରିଆ ଅଞ୍ଚଳର ମ୍ୟାଟିଓ ଓ କାଟ୍ରିନା ମଙ୍ଗଳବାର ସନ୍ଧ୍ୟାରେ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ସାତ ଫେରା ନେଇ ପରସ୍ପରକୁ ଜୀବନସାଥୀ ଭାବେ ବାଛିଛନ୍ତି।

ବିବାହ ସମୟରେ ବର ମ୍ୟାଟିଓ ଧୋତି-କୁର୍ତ୍ତା ପିନ୍ଧିଥିବା ବେଳେ କନ୍ୟା କାଟ୍ରିନା ଲାଲ ରଙ୍ଗର ବିବାହ ପୋଷାକରେ ନଜର ଆସିଥିଲେ। ସିନ୍ଦୂରଦାନ ଓ ମଙ୍ଗଳସୂତ୍ର ପିନ୍ଧାଇବା ସମେତ ସମସ୍ତ ପାରମ୍ପରିକ ରୀତିନୀତି ପାଳନ କରାଯାଇଥିଲା। ବିବାହର ଏକ ବିଶେଷ ଦିଗ ଥିଲା ଯେ, ପଣ୍ଡିତ ହିନ୍ଦୀ ଓ ଇଂରାଜୀ ଉଭୟ ଭାଷାରେ ମନ୍ତ୍ରର ଅର୍ଥ ବୁଝାଇଥିଲେ, ଯାହାଦ୍ୱାରା ଏହି ଯୋଡ଼ି ଭାରତୀୟ ପରମ୍ପରାକୁ ବୁଝିପାରିଥିଲେ।

ଏହି ବିବାହକୁ ନେଇ ମ୍ୟାଟିଓ ଓ କାଟ୍ରିନା କହିଛନ୍ତି ଯେ, ତାଜମହଲର ସହର ଆଗ୍ରାରେ ହିନ୍ଦୁ ରୀତିନୀତିରେ ବିବାହ କରିବା ସେମାନଙ୍କ ଜୀବନର ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଭାରତୀୟ ପରମ୍ପରା ଅନୁସାରେ ବିବାହ କରିବା ସେମାନଙ୍କ ପାଇଁ ଏହି ଦିନକୁ ଆହୁରି ସ୍ୱତନ୍ତ୍ର କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories