Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IAS Reshuffle: ଓଡ଼ିଶାର ୪ ଆଇଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ, ପଞ୍ଚାୟତିରାଜ ସଚିବ ହେଲେ ରୂପା ମିଶ୍ର

ଭୁବନେଶ୍ୱର: ରାଜ୍ୟ ସରକାର ୪ ଜଣ ଆଇଏଏସ୍ ଅଧିକାରୀଙ୍କ ଦାୟିତ୍ୱରେ ଅଦଳବଦଳ କରିଛନ୍ତି। ଏହି କ୍ରମରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ରୂପା ମିଶ୍ରଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି। ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ୱ ଦିଆଯାଇଛି। ଗିରିଶ ଏସ୍‌.ଏନ୍‌ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି।

ଅନ୍ୟପଟେ ଅଶ୍ୱଥୀ ଏସ୍‌ଙ୍କୁ ଏସ୍‌ଆଇଟିଆଇ-ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଚାରିଜଣ ଅଧିକାରୀଙ୍କ ବିଭାଗୀୟ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ