Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cuttack Bus Fire: ଟାୟାର ଫାଟିବା ପରେ ଜଳିଗଲା ‘ଆମ ବସ୍’, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: କଟକ ଅଡ଼ଶପୁର ବସ୍‌ଷ୍ଟାଣ୍ଡରେ ଏକ ବଡ଼ ଅଘଟଣ ଘଟିଛି। ହଠାତ୍ ଏକ ‘ଆମ ବସ୍‌’ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ବସ୍‌ର ଟାୟାର ଫାଟିଯିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ନିଆଁ ବସ୍‌ରେ ବ୍ୟାପିବାକୁ ଲାଗିଥିଲା।

ଘଟଣା ଜଣାପଡ଼ିବା ମାତ୍ରେ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି।

ପ୍ରାଥମିକ ଭାବେ ଟାୟାର ଫାଟିବା ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ତେବେ ବସ୍‌ରେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ କ’ଣ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories