Vaibhav Suryavanshi: ବୈଭବ ସୂର୍ଯ୍ୟବଂଶୀଙ୍କୁ ବଡ଼ ଦାୟିତ୍ୱ, ବିହାର ଟିମ୍ର ହେଲେ ଅଧିନାୟକ!
ନୂଆଦିଲ୍ଲୀ: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଆସନ୍ତା ସୈୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬-୨୭ ପାଇଁ ତାଙ୍କୁ ବିହାର ରାଜ୍ୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ବିସିସିଆଇର ଏକ ପ୍ରମୁଖ ଘରୋଇ ଟି-୨୦ ପ୍ରତିଯୋଗିତା।
ତେବେ ବୈଭବଙ୍କୁ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ନୁହେଁ, ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହି ଦୁଇଟି ମ୍ୟାଚ୍ରେ ସେ ବିହାର ଦଳର ନେତୃତ୍ୱ ନେବେ। ଜାତୀୟ ସ୍ତରର ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ଦାୟିତ୍ୱ ମିଳିବା ବୈଭବଙ୍କ ପାଇଁ ଏକ ନୂଆ ଅନୁଭବ ହେବ।

