Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kolkata Murder: ଭଡ଼ା ଘରେ ରକ୍ତାକ୍ତ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ଲିଭ୍‌-ଇନ୍‌ ପାର୍ଟନର ଓ ତାଙ୍କ ମା’ ଗିରଫ!

ପଶ୍ଚିମବଙ୍ଗ: କୋଲକାତା ଗରିଆ ଅଞ୍ଚଳରେ ଏକ ଭଡ଼ା ଘରୁ ୨୫ ବର୍ଷୀୟ ଯୁବକଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ଶନିବାର ବିଳମ୍ବିତ ରାତିରେ ଫର୍ତାବାଦ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକ ଜଣକ ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କ ସହ ଏହି ଘରେ ରହୁଥିଲେ।

ସୂଚନା ଅନୁସାରେ, ଘଟଣା ଦିନ ମହିଳା ଜଣକ ଭଡ଼ା ଘରୁ କାନ୍ଦି କାନ୍ଦି ବାହାରକୁ ଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଘର ଭିତରକୁ ଯାଇଥିଲେ। ସେଠାରେ ଯୁବକଙ୍କୁ ଖଟ ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏକ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ପ୍ରାଥମିକ ସୂଚନା ଅନୁସାରେ, ଯୁବକ ଓ ତାଙ୍କ ପାର୍ଟନରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ଏହି ଆକ୍ରମଣ ହୋଇଥିଲା। ଘଟଣାରେ ମହିଳା ଓ ତାଙ୍କ ମା’ଙ୍କୁ ପୋଲିସ ଗିରଫ କରିଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ