Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

₹500 Note: ୫୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ ଦୁର୍ନୀତି କମିବ! ଏହାସହ ଡିଜିଟାଲ୍ କାରବାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରସ୍ତାବ

ଆନ୍ଧ୍ରପ୍ରଦେଶ: ଦୁର୍ନୀତି ରୋକିବା ପାଇଁ ୫୦୦ ଟଙ୍କିଆ ନୋଟ୍‌ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ବଡ଼ ମୂଲ୍ୟର ନୋଟ୍‌ ଉପରେ କଟକଣା ଲାଗିଲେ ନଗଦ କାରବାର କମିବା ସହ ଦୁର୍ନୀତି ନିୟନ୍ତ୍ରଣରେ ସହାୟତା ମିଳିବ ବୋଲି ସେ ମତ ଦେଇଛନ୍ତି।

ଏହା ସହ ୧୦୦ ଓ ୨୦୦ ଟଙ୍କିଆ ନୋଟ୍‌ର ବ୍ୟବହାର ବଢ଼ାଇବା ସହ ଡିଜିଟାଲ୍ କରେନ୍ସି ଓ ଅନଲାଇନ୍ କାରବାରକୁ ପ୍ରୋତ୍ସାହନ ଦେବାକୁ ନାଇଡୁ କହିଛନ୍ତି। ତାଙ୍କ ମତରେ, ଡିଜିଟାଲ୍ କାରବାର ଓ ପ୍ରଯୁକ୍ତି ଆଧାରିତ ପ୍ରଶାସନ ଦ୍ୱାରା ଠକେଇ ଏବଂ ଦୁର୍ନୀତି ହ୍ରାସ ପାଇପାରିବ।

ଏହି ପ୍ରସ୍ତାବକୁ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉଠାଇଥିବା କହିଛନ୍ତି। ତେବେ ୫୦୦ ଟଙ୍କିଆ ନୋଟ୍‌ ବନ୍ଦ କରିବା ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇଥିବା ସୂଚନା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories