Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

COVID-19 New Variant: କରୋନାର ନୂଆ ଭାରିଆଣ୍ଟ PJ.2.1କୁ ନେଇ ବଢ଼ିଲା ଚିନ୍ତା! ଅଧିକ ଦିନ ଥଣ୍ଡା ରହିଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ WHOର ପରାମର୍ଶ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ PJ.2.1କୁ ନେଇ ଚର୍ଚ୍ଚା ବଢ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଏହି ଭାରିଆଣ୍ଟର ଲକ୍ଷଣ ସାଧାରଣ ଥଣ୍ଡା, ଜ୍ୱର ଓ ଫ୍ଲୁ ସହ ପ୍ରାୟ ସମାନ। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ଜ୍ୱର, ଗଳା ଯନ୍ତ୍ରଣା, କାଶ, ନାକରୁ ପାଣି ବୋହିବା, ମୁଣ୍ଡବିନ୍ଧା ଏବଂ ଦୀର୍ଘ ସମୟ ଧରି ଥକ୍କା ଲାଗିବା ଭଳି ସମସ୍ୟା ହୋଇପାରେ।

ଏହି ଲକ୍ଷଣଗୁଡ଼ିକ ସାଧାରଣ ଫ୍ଲୁ ଓ ଥଣ୍ଡା-ଜ୍ୱର ସହ ମିଶିଯାଉଥିବାରୁ କେବଳ ଲକ୍ଷଣ ଦେଖି ଏହା କରୋନା ସଂକ୍ରମଣ ନା ଫ୍ଲୁ, ତାହା ଚିହ୍ନଟ କରିବା କଷ୍ଟକର। ତେଣୁ ଆବଶ୍ୟକତା ଅନୁଯାୟୀ କରୋନା ପରୀକ୍ଷା କରାଇବା ଜରୁରୀ ବୋଲି WHO ପକ୍ଷରୁ କୁହାଯାଇଛି। ବିଶେଷକରି ଏଭଳି ଲକ୍ଷଣ ଦେଖାଦେଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

ତେବେ ଏହି ନୂଆ ଭାରିଆଣ୍ଟ ଯୋଗୁଁ ଗୁରୁତର ରୋଗ ହେବାର ଆଶଙ୍କା ବଢ଼ିଛି ବୋଲି ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ। ତଥାପି ସଂକ୍ରମଣକୁ ହାଲୁକା ଭାବେ ନନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories