Berhampur Case: ରାକ୍ଷସ ସାଜିଲା ବାପା! ତିନି ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ, ସୁରକ୍ଷା ଓ ନ୍ୟାୟ ପାଇଁ ଦାବି କଲେ ଝିଅ
ବ୍ରହ୍ମପୁର: ବ୍ରହ୍ମପୁରରେ ତିନି ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ଏନେଇ ଥାନାରେ ଏତଲା ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ। ଏବେ ପୁଣି ଦୁଇ ଝିଅଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି।
ବର୍ତ୍ତମାନ ସାନ ଝିଅ ବାଳାଶ୍ରମରେ ରହୁଥିବା ବେଳେ ଅନ୍ୟ ଦୁଇ ଭଉଣୀ ଘରେ ରହୁଛନ୍ତି। ସେମାନେ ନିଜ ସୁରକ୍ଷା ଓ ନ୍ୟାୟକୁ ନେଇ ଚିନ୍ତା ପ୍ରକାଶ କରି ଏକ ଭିଡିଓ ଜରିଆରେ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ବ୍ରହ୍ମପୁର ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ବ୍ରହ୍ମପୁର ଏସ୍ପିଙ୍କ ସୂଚନା ଅନୁଯାୟୀ, ପ୍ରଥମ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଦ୍ୱିତୀୟ ଅଭିଯୋଗରେ ତିନି ଜଣଙ୍କୁ BNS ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି ହୋଇଛି। ଘଟଣାର ତଦନ୍ତ ସହ ଦୁଇ ଝିଅଙ୍କ ସୁରକ୍ଷା, ପରାମର୍ଶ ଓ ଆଇନଗତ ସହାୟତା ପାଇଁ ପଦକ୍ଷେପ ନିଆଯାଉଥିବା ପୁଲିସ କହିଛି।

