Belagavi Murder Case: ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପୁଅକୁ ହତ୍ୟା କଲା ମା’! ଅଭିଯୁକ୍ତ ମା’ ଓ ପ୍ରେମିକଙ୍କ ସମେତ ୬ ଗିରଫ
କର୍ଣ୍ଣାଟକ: କର୍ଣ୍ଣାଟକର ବେଲଗାଭିରେ ୨୪ ବର୍ଷୀୟ ଯୁବକଙ୍କ ହତ୍ୟା ମାମଲାରେ ତାଙ୍କ ୪୪ ବର୍ଷୀୟା ମା’ ଓ ମା’ଙ୍କ ପ୍ରେମିକଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସର ଅଭିଯୋଗ ଅନୁସାରେ, ମା’ଙ୍କ ପ୍ରେମ ସମ୍ପର୍କକୁ ପୁଅ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଉଭୟ ଷଡ଼ଯନ୍ତ୍ର କରିଥିଲେ।
ତଦନ୍ତ ଅନୁସାରେ, କର୍ଣ୍ଣାଟକ ରାଜ୍ୟୋତ୍ସବ ସମାରୋହ ଦେଖାଇବା ବାହାନାରେ ଯୁବକଙ୍କୁ ବେଲଗାଭି ସହରକୁ ଡକାଯାଇଥିଲା। ପୁଲିସ ଅଭିଯୋଗ କରିଛି ଯେ, ଏହି ଯୋଜନା ଅନୁସାରେ ତାଙ୍କୁ ହତ୍ୟା କରାଯାଇଥିଲା।
ଏହି ଘଟଣାରେ ମା’, ତାଙ୍କ ପ୍ରେମିକଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ତେବେ ହତ୍ୟାକାଣ୍ଡରେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଭୂମିକା ଓ ଘଟଣାର ଅନ୍ୟାନ୍ୟ ଦିଗ ନେଇ ପୁଲିସ ତଦନ୍ତ ଜାରି ରଖିଛି।

