Puri Restaurant Blast: ପୁରୀ ବଡ଼ଦାଣ୍ଡରେ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ଭୁଶୁଡ଼ିଲା ସିଲିଂ; ୪ ଜଣ ଆହତ
ପୁରୀ: ପୁରୀ ବଡ଼ଦାଣ୍ଡରେ ଥିବା ଏକ ରେଷ୍ଟୁରାଣ୍ଟରେ ଆଜି ବିସ୍ଫୋରଣ ଘଟିଛି। ଏହାର ପ୍ରଭାବରେ ରେଷ୍ଟୁରାଣ୍ଟର ସିଲିଂ ଭୁଶୁଡ଼ି ପଡ଼ିବା ସହ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ସୁରକ୍ଷାକର୍ମୀଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଗ୍ୟାସ୍ ଟାଙ୍କି ଫାଟିବା ଯୋଗୁଁ ବିସ୍ଫୋରଣ ଘଟିଥିବା ସନ୍ଦେହ କରୁଛି ପୁଲିସ। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଏହି ଘଟଣା ପରେ ରେଷ୍ଟୁରାଣ୍ଟର ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ ବୋଲି କୁହାଯାଇଛି। ବିସ୍ଫୋରଣର କାରଣକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଲିସର ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।

