Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଭତ୍ତା ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ,ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ହିତାଧିକାରୀ।

କଳାହାଣ୍ଡି,୧୩/୧୧
ଏଣିକି ଆଉ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିଧବା,ଭିନ୍ନକ୍ଷମ ଭତ୍ତା ରୁ କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ। ରାଜ୍ୟ ସରକାର ପକ୍ଷରୁ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ମାସକ ମଧ୍ୟରେ ଭତ୍ତା ପ୍ରଦାନ ନେଇ ନୂତନ ସମ୍ଭାବନା ଦେଖାଦେଇଛି। ଏହି କ୍ରମ ରେ ରାଜ୍ୟର ୫ ଲକ୍ଷ ରୁ ଉର୍ଦ୍ଧ୍ବ ବିଭିନ୍ନ ଭତ୍ତା ଯୋଜନା ରେ ସାମିଲ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ଯୋଜନା ରେ ସାମିଲ କରି ସେମାନଙ୍କ ଜୀବନ ଜୀବିକା କୁ ଏକ ନୂତନ ଦିଶା ଓ ବଞ୍ଚିବାର ରାହ ଦେଇଛନ୍ତି ରାଜ୍ୟ ସରକାର।
ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଶୁକ୍ରବାର ନୂତନ ଭତ୍ତା ଯୋଜନା ରେ ସାମିଲ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ,ସହକାରୀ ଯନ୍ତ୍ରୀ ଏହେମଦ ସରିଫ ଯୋଗଦେଇ ବ୍ଲକ ର ୩ ପଞ୍ଚାୟତ କୋକସରା, ରେଙ୍ଗାଳପାଲି, ଗମ୍ଭାରୀଗୁଡା ର ଯୋଜନା ରେ ଅନ୍ତର୍ଭୁକ୍ତ ନୂତନ ହିତାଧିକାରୀ ଙ୍କୁ ବ୍ଲକ ସଭାଗୃହ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଭତ୍ତା ବଣ୍ଟନ କରିଥିଲେ। କୋକସରା ବ୍ଲକ ର ୨୨ ପଞ୍ଚାୟତ ର ୧୨୪୦ ନୂତନ ହିତାଧିକାରୀ ଏହି ଯୋଜନା ରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଆସନ୍ତା ୨୫ ତାରିଖ ରେ ନିଜ ପଞ୍ଚାୟତ ରେ ଭତ୍ତା ରାଶି ପ୍ରଦାନ କରାଯିବା ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏହି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ବ୍ଲକ ବିଏସଏସଓ ଲୋକନାଥ ଭାଟି, ଜିପିଡ଼ିଓ ମିଳୁ ପ୍ରଧାନୀ,ସମାଜ ମଙ୍ଗଳ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକ ର ୩ ପଞ୍ଚାୟତ ର ହିତାଧିକାରୀ ଙ୍କୁ ଆଜି ଭତ୍ତା ବଣ୍ଟନ କରାଯାଇଛି। ଦିର୍ଘମାସ ର ଅପେକ୍ଷା ପରେ ଆଜି ଭତ୍ତା ରାଶି ମିଳିବା ପରେ ହିତାଧିକାରୀ ମାନେ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ