Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Microsoft Outage: ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌କୁ ନେଇ ଜୋମାଟୋର ମଜାଦାର ପୋଷ୍ଟ, କହିଲା- ‘ପ୍ରଥମେ ଲଞ୍ଚ୍‌ ଓ ଡିନର୍‌ ଅର୍ଡର କରନ୍ତୁ’

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସେବାରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଯୋଗୁଁ ବିଶ୍ୱର ବିଭିନ୍ନ କର୍ପୋରେଟ୍‌ ଅଫିସ୍‌ର କାମ ପ୍ରଭାବିତ ହୋଇଛି। ଏହି ଗ୍ଲୋବାଲ୍‌ ଆଉଟେଜ୍‌ କାରଣରୁ ଲକ୍ଷ ଲକ୍ଷ ୟୁଜର୍‌ ଆଉଟଲୁକ୍‌ ଇମେଲ୍‌ ସମେତ ଅନ୍ୟ ମାଇକ୍ରୋସଫ୍ଟ ଟୁଲ୍‌ ବ୍ୟବହାର କରିବାରେ ସମସ୍ୟା ଭୋଗିଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ମିମ୍‌ ଓ ମଜାଦାର ପୋଷ୍ଟ ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ମଧ୍ୟ ଏକ ମଜାଦାର ପୋଷ୍ଟ ସେୟାର କରିଛି। ଏକ୍ସରେ କରାଯାଇଥିବା ଏହି ପୋଷ୍ଟରେ ଆଉଟେଜ୍‌ ଠିକ୍‌ କରିବାରେ ଲାଗିଥିବା ଲୋକଙ୍କୁ ପ୍ରଥମେ ନିଜ ଲଞ୍ଚ୍‌ ଅର୍ଡର ବାଛିବା ସହ ଡିନର୍‌ ପାଇଁ ମଧ୍ୟ ଅର୍ଡର ନିଶ୍ଚିତ କରିବାକୁ କୁହାଯାଇଛି।

ପୋଷ୍ଟରେ ଜୋମାଟୋ ମଜାଳିଆ ଢଙ୍ଗରେ କହିଛି ଯେ, ଆଉଟେଜ୍‌ ଠିକ୍‌ କରିବାକୁ ତରବର ହେବାର ଆବଶ୍ୟକତା ନାହିଁ। ଆରାମରେ ଖାଦ୍ୟର ବିକଳ୍ପ ଦେଖି ନିଜ ପସନ୍ଦର ଅର୍ଡର କରନ୍ତୁ। ଜୋମାଟୋର ଏହି ପୋଷ୍ଟ ସୋସିଆଲ୍‌ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories