JEE Advanced 2027: ମେ’ ୨୩ରେ ହେବ JEE Advanced 2027 ପରୀକ୍ଷା, ଯୋଗ୍ୟତା ନିୟମ ସହ ଅଫିସିଆଲ୍ ୱେବସାଇଟ୍ ଜାରି କଲା IIT ଦିଲ୍ଲୀ
ନୂଆଦିଲ୍ଲୀ: JEE Advanced 2027 ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି IIT ଦିଲ୍ଲୀ। ପରୀକ୍ଷା ପାଇଁ ଅଫିସିଆଲ୍ ୱେବସାଇଟ୍ jeeadv.ac.in ଲଞ୍ଚ୍ କରାଯାଇଛି। ଏହି ୱେବସାଇଟ୍ରେ ପରୀକ୍ଷା ସମ୍ପର୍କିତ ସମସ୍ତ ଅଧିକାରିକ ସୂଚନା ଉପଲବ୍ଧ ହେବ। ଆସନ୍ତା ୨୦୨୭ ମେ’ ୨୩ ତାରିଖ, ରବିବାର ଦିନ JEE Advanced ପରୀକ୍ଷା ଅନୁଷ୍ଠିତ ହେବ। ଏହାସହ ପରୀକ୍ଷାରେ ଯୋଗଦେବା ପାଇଁ ଆବଶ୍ୟକ ଯୋଗ୍ୟତା ମାନଦଣ୍ଡ ମଧ୍ୟ ୱେବସାଇଟ୍ରେ ପ୍ରକାଶ କରାଯାଇଛି।
ଏଥର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମୟରେ ସ୍କ୍ରିନ୍ରେ ଉପଲବ୍ଧ ଏକ ବେସିକ୍ କାଲକୁଲେଟର ବ୍ୟବହାର କରିବାର ସୁଯୋଗ ମିଳିବ। ଏହା ଏକ ନନ୍-ସାଇଣ୍ଟିଫିକ୍ କାଲକୁଲେଟର ହେବ ଏବଂ ଏଥିରେ ୧୦ରୁ ୧୨ ଡିଜିଟ୍ ପର୍ଯ୍ୟନ୍ତ ଦେଖାଇବାର ସୁବିଧା ରହିବ। ପରୀକ୍ଷାର୍ଥୀମାନେ କମ୍ପ୍ୟୁଟର ସ୍କ୍ରିନ୍ରେ ଏହି କାଲକୁଲେଟର ବ୍ୟବହାର କରିପାରିବେ।
JEE Advanced 2027 ଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଯୋଗ୍ୟତା ନିୟମ, ପରୀକ୍ଷା ତାରିଖ ଏବଂ ଆଗାମୀ ସୂଚନା ପାଇଁ ନିୟମିତ ଭାବେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ଯାଞ୍ଚ କରିବା ଉଚିତ। ଆବେଦନ ପ୍ରକ୍ରିୟା, ଆଡମିଟ୍ କାର୍ଡ ଏବଂ ପରୀକ୍ଷାର ଅନ୍ୟାନ୍ୟ ନିୟମ ସମ୍ପର୍କରେ ପରବର୍ତ୍ତୀ ସୂଚନା ଏହି ପୋର୍ଟାଲ୍ରେ ଜାରି କରାଯିବ।

