ସମ୍ବଲପୁର : ପଶ୍ଚିମ ଓଡିଶାର ମୁଖ୍ୟ ଡାକ୍ତରଖାନl ବୁର୍ଲା ଭିମସାର ହସପିଟାଲରେ ଭୋଜନ ପରିବାର ଦ୍ଵାରା ଆଜି ୫୮ତମ ଭୋଜନ ବ୍ୟବସ୍ଥା ହୋଇଛି। ସପ୍ତାହର ପ୍ରତ୍ୟେକ ରବିବାର ଦିନ ରୋଗୀ ପରିଜନ ମାନଙ୍କୁ ମାଗଣାରେ ଭାତ , ଡାଲମା ଏବଂ ଖଟା ଭଳି ଖାଦ୍ୟ ଭଳି ଖାଦ୍ୟ ପରିବେଷଣ କରାଯାଇଥାଏ। ଏଥିରେ ଅଦ୍ୟାବଧି ୮୭୦୦୦ ରୁ ଉର୍ଦ୍ଧ୍ୱ ରୋଗୀ ଓ ସଂପର୍କୀୟ ମାନେ ଉପକୃତ ହୋଇଛନ୍ତି l ଏହି କର୍ଯ୍ୟକ୍ରମରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରହିଆସୁଥିବା ବେଳେ ଭୋଜନ ପରିବାର ଏହାକୁ ସଫଳତାର ସହିତ ପରିଚାଳନା କରି ଆସୁଛି । ଏହି ଭୋଜନ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ l ଏହା ପ୍ରତ୍ୟେକ ରବିବାର ଦିନ ୧୨.୩୦ ରୁ ୧ ଘଣ୍ଠା ମଧ୍ୟରେ ଦିଆଯାଇଥାଏ । ଭିମସାର ଭଳି ହସପିଟାଲରେ ସଂପୂର୍ଣ୍ଣ ମାଗଣାରେ ରୋଗୀ ଓ ସେମାନଙ୍କ ପରୋଜନଙ୍କୁ ପରିଜନଙ୍କୁ ଦିଆଯାଉଥିବା ଏହି ରନ୍ଧା ଖାଦ୍ୟ ଜନ ସମାଜରେ ବେଶ ଆଦୃତ ହେବାରେ ଲାଗିଛି।
ପ୍ରତି ରବିବାର ଭିମସାର ରେ ରୋଗୀ,ପରିଜନକୁ ଭୋଜନ ପରିବାରର ରନ୍ଧା ଖାଦ୍ୟ ପରିଵେଷଣ
