Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା-ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଖଡ଼ିଆ ପଡ଼ାର ମହିଳା ମାନେ ପଡ଼ା ରେ ଚାଲିଥିବା ମଦ କାରବାର ବନ୍ଦ କରିବାକୁ ରବିବାର ଅଣ୍ଟା ଭିଡ଼ିଛନ୍ତି l ବିଗତ 10ବର୍ଷ ହେଲା ଏଠାରେ ଏକ କୁଚିଆ ମଦ ଭାଟି ସାଧାରଣ ଜନତା ତଥା ପଡ଼ାବାସୀଙ୍କୁ ଅତିଷ୍ଟ କରି ପକାଇଥିଲା l ବହୁ ବାର ଏ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଭିଯୋଗ କରିଲେ ମଧ୍ୟ ସୁଫଳ ପାଇପାରି ନ ଥିଲେ l ହେଲେ ରବିବାର ଗ୍ରାମର ସୁରୁବାଲି ଖଡ଼ିଆ, ଉଜ୍ଜଳୀ ଖଡ଼ିଆ, କୁମୋଦିନୀ ବାଗ ପ୍ରମୁଖ ମହିଳାଙ୍କ ନେତୃତ୍ୱରେ ପଡ଼ାବାସୀ ଏକତ୍ରିତ ହୋଇ ମଦଭାଟି ବନ୍ଦ କରିବାକୁ କହିଥିଲେ l ହେଲେ କେହି କର୍ଣ୍ଣପାତ ନ କରିବାରୁ ଭାଟି ସାମ୍ନାରେ ବସିଥିଲେ ଧାରଣା l ଖବର ପାଇ କୁମେଲସିଂହା ସରପଞ୍ଚ କୁମୋଦିନୀ ମହାନନ୍ଦ ଙ୍କ ପ୍ରତିନିଧି ମଳୟ ମହାନନ୍ଦ ଓ ସମିତି ସଭ୍ୟ ବନୀତା ନାଗଙ୍କ ପ୍ରତିନିଧି ବିନୋଦ ନାଗ ଘଟଣାସ୍ଥଳକୁ ପହଞ୍ଚି ଧାରଣରତ ମହିଳାଙ୍କ ସହ ଆଲୋଚନା କରିଥିଲେ l ମଦ ଦୋକାନ ଫଳରେ ପଡ଼ା ର କୋମଳମତୀ ଶିଶୁଙ୍କୁ ଏହାର କୁପ୍ରଭାବ ପଡୁଥିବା, ସେହି ରାସ୍ତା ଦେଇ ଯାତାୟାତ କରୁଥିବା ମହିଳାଙ୍କ ସୁରକ୍ଷା, ପାଖରେ ଥିବ କେନାଲରେ ମଦୁଆଙ୍କ ଦୌରାତ୍ମ ଫଳରେ ସେମାନେ କିଭଳି ଅପଦସ୍ଥ ହେଉଛନ୍ତି ସେ ନେଇ ଅବଗତ କରାଇଥିଲେ l ଏହାକୁ ଦୃଷ୍ଟିରେ ରଖି କୁଚିଆ ମଦ ଭାଟିକୁ ଏଠାରୁ ହଟାଇବା ପାଇଁ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିନିଧି ମାନେ ଭାଟିବାଳା କୁ ଚେତାବନୀ ଦେଇଛନ୍ତି l ଆସନ୍ତା 18ତାରିଖ ମଧ୍ୟରେ ଏଠାରୁ ମଦ ଭାଟି ହଟାଇବାକୁ କୁଚିଆ ମଦ ଭାଟି ବେପାରୀ କୁଆଡେ ପ୍ରତିଶ୍ରୁତି ଦେବା ପରେ ଧାରଣକୁ ମହିଳାମାନେ ସ୍ଥଗିତ ରଖିଥିଲେ l ତେବେ ଏଠାରେ ଏପରି ବେନିୟମ କୁଚିଆ ମଦ ଭାଟି ଦୀର୍ଘ ଦିନରୁ ଚାଲୁଥିବା ଏବଂ ବନ୍ଦ ପାଇଁ ଦାବି ହୋଇ ଆସୁଥିବା ବେଳେ ଅତାବିରା ଅବକାରୀ ଵା ପୋଲିସ ବିଭାଗ କିଭଳି ଚୁପ ହୋଇ ବସିରହିବା ସେମାନଙ୍କ କାର୍ଯ୍ୟ ଦକ୍ଷିତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ