ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ
ବୀରମହାରାଜପୁର : ସ୍ଥାନିୟ ବରିଷ୍ଠ ନାଗରିକ ସଂଗଠନ କାର୍ଯାଳୟ ଠାରେ ଗୁରୁବାର ସମ୍ବିଧାନ ଦିବସ ସଂଘର ସଭାପତି ଦୟାନିଧି ହୋତା ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ମୁଖ୍ୟ ଅତିଥୀ , ବୀରମହାରାଜପୁର ଓକିଲ ସଂଘର ସଭାପତି ଶ୍ରୀ ଛବିଳ କର୍ଣ୍ଣ ମୁଖ୍ୟ ବକ୍ତା, ଡ: ପ୍ରଫୁଲ୍ଲ ରଥ ସମ୍ମାନିତ ଅତିଥୀ ଭାବରେ ଯୋଗଦେଇଥିଲେ । ସମ୍ପାଦକ ଡ. ଦ୍ୱିତୀକୃଷ୍ଣ ପଣ୍ଡା ସଭାକୁ ପରିଚାଳନା କରିଥିବା ବେଳେ , କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟନାରାୟଣ ନାୟକ , କୃଷ୍ଣଚନ୍ଦ୍ର ପାଢ଼ୀ, ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମରେ ସଂଘ ର ବହୁ ସଦସ୍ୟ ଯୋଗ ଦେଇଥିଲେ l

