ପିଇବା ପାଣି ପାଇଁ ମହିଳାଙ୍କ ରାସ୍ତା ରୋକ୍


ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଚ୍ଛୁରିଅନା ଗ୍ରାମ ପଞ୍ଚାୟତ ର କଣମଣ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଶତାଧିକ ମହିଳା ପିଇବା ପାଣି ଯୋଗାଇ ଦେବା ଦାବିକରି ଅସ୍ତରଙ୍ଗ ପିର ଜାହାନୀଆ ରାସ୍ତା ରେ ହାଣ୍ଡି ମାଠିଆ ଧରି ଟାୟାର ଜାଳି ରାସ୍ତା ଅବରୋଧ କରବା ଦେଖିବାକୁ ମିଳିଛି ।

ଘଟଣାରୁ ପ୍ରକାଶ ଯେ, କଣମଣ ଗ୍ରାମ ସମେତ,ସମୁଦ୍ର ଉପକୂଳ ଅଞ୍ଚ୍ଚଳର କେତୋଟି ଗ୍ରାମକୁ କଣମଣ ଗ୍ରାମରେ ଥିବା ପାଣୀ ଟାଙ୍କି ପାଞ୍ଚ ଦିନରେ ଥରେ ପିଇବା ପାଣି ଯୋଗାଇ ଦେଇ ଥାଏ । ଯେଉଁ ପାଣି ଲୋକ ମାନେ ପାଇଥାନ୍ତି, ପିଇବା ପାଣୀର ଅଭାବ ନେଇ, କଷ୍ଟେ ମଷ୍ଟେ ଚଳି ଥାଆନ୍ତି । ହେଲେ,ଏବେ ଦଶ ଦିନରୁ ଉର୍ଦ୍ଧ ହେବ ଟାଙ୍କିକୁ ପାଣି ନ ଆସିବାରୁ ଲୋକ ମାନେ ପାଇବା ପାଣି ପାଇଁ ଡହଳ ବିକଳ ହୋଇ,ପାଣି ଯୋଗାଇ ଦେବା ପାଇଁ ଅଧିନସ୍ଥ କର୍ମ କର୍ତ୍ତା ଙ୍କୁ ଜଣାଇ ଥିଲେ । ହେଲେ,ପାଣି ନ ଆସିବାରୁ ,ରବିବାର ଦିନ ମହିଳା ମାନେ ହାଣ୍ଡି ମାଠିଆ ସହ,ଟାୟାର ଜାଳି ରାସ୍ତା ରୋକ କରିବା ର କିଛି ଘଣ୍ଟା ପରେ,ଟ୍ୟାଙ୍କର ଯୋଗେ,ପଞ୍ଚାୟତ ତରଫରୁ ପିଇବା ପାଣି ଯୋଗାଇ ଦିଆ ଯାଇଥିଲା । ଯାହା ଫଳରେ କି ରାସ୍ତା ରୋକ ହଟ୍ଟି ଥିଲେ ମଧ୍ୟ ,ଆଗାମୀ ଦିନରେ ଠିକ୍ ଭାବେ ପାଣି ଯୋଗାଇ ଦିଆ ନ ଗଲେ ପୂନର୍ବାର ରାସ୍ତା ରୋକ କରାଯିବ ବୋଲି ,ମହିଳା ମାନେ ସୂଚନା ଦେଇ ଛନ୍ତି । ଅପର ପକ୍ଷରେ,ବ୍ଲକ ରେ ଉକ୍ତ ଦାଇତ୍ୟୋରେ ଥିବା ଜେ, ଇ ଙ୍କୁ ପଚାରିବାର ସେ କହି ଥିଲେ ଜେ,ଯେଉଁ ପାଣି ଆସୁଛି , ପ୍ରାଚି ନଦୀ ରୁ ଆସୁଅଛି । ବର୍ତ୍ତମାନ ,ପ୍ରବଳ ଖରା ଥିବାରୁ, ପାଣୀର ଲେଆର କମିଯିବା,ଓ ବିଦୂତ ଭୋଲ୍ଟେଜ୍ କମ ରହିବା ନେଇ ,ପାଣି ନ ଉଠି ପାରିବା ଦ୍ବାରା ଏପରି ସମସ୍ୟା ଦେଖା ଦେଇଛି ।ଯେତିକି ପାଣି ଆମେ ସଂଗୃହିତ କରୁ ଅଛୁ,ତାହା,ବ୍ଲକ ର ଉପକୂଳ ଗ୍ରାମ ମାନଙ୍କରେ ବାଣ୍ଟି କରି ଦେଉଛୁ । ବର୍ଷା ହେଲେ,ଏହି ସବୁ ସମସ୍ୟା ଦୁର ହେବ ବୋଲି ,ଜେଇ ମହାଶୟ କହିଥିଲେ ।