Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଟୋବର ୧୫ରେ ଭାରତ-ପାକ୍ ମହା ମୁକାବିଲା, ବିଶ୍ଵକପରେ ଏମିତି ରହିପାରେ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଶେଷ ଆଡକୁ ଖେଳାଯିବ ଆଇସିସି ବିଶ୍ଵକପ୍ ୨୦୨୩। ବିଶ୍ଵକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇପାରେ। ଆଇସିସି ଆଜି ବିଶ୍ଵ କପ୍ ୨୦୨୩ର କାର‌୍ୟ୍ୟସୂଚୀ ଜାରି କରିପାରେ। ଏହା ପୂର୍ବରୁ ବିଶ୍ଵକପ୍ ୨୦୨୩ର ସମ୍ଭାବିତ କ୍ରୀଡାସୂଚୀ ସାମ୍ନାକୁ ଆସିଛି। ଏହା ଅନୁଯାୟୀ, ଭାରତ ଅକ୍ଟୋବର ୮, ୧୧, ୧୫, ୧୯, ୨୨, ୨୯ ଏବଂ ନଭେମ୍ବର ୨, ୫ ଏବଂ ୧୧ ତାରିଖରେ ନିଜର ମ୍ୟାଚ୍ ଖେଳିବ। ସେହିପରି ପାକିସ୍ତାନ ନିଜର ମ୍ୟାଚ୍ ଅକ୍ଟୋବର ୬, ୧୩, ୧୫, ୨୦, ୨୩, ୨୭, ୩୧ ଏବଂ ନଭେମ୍ବର ୫, ୧୨ରେ ଖେଳିବ। ପାକିସ୍ତାନକୁ ନିଜର ଏକ ମ୍ୟାଚ୍ ଅହମ୍ମଦାବାଦରେ ଖେଳିବାକୁ ପଡ଼ିବ ଏବଂ ଅବଶିଷ୍ଟ ମ୍ୟାଚ୍ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ କୋଲକାତାରେ ଆୟୋଜିତ ହେବ।

ଇଏସପିଏନ କ୍ରିକଇନମ୍ଫୋ ଅନୁଯାୟୀ ବିଶ୍ଵକପ୍ ୨୦୨୩ର କ୍ରୀଡ଼ାସୂଚୀ କିଛି ଏହି ପରି ହୋଇପାରେ-
ଭାରତ ବନାମ ଅଷ୍ଟ୍ରେଲିଆ, ଅକ୍ଟୋବର ୮, ଚେନ୍ନାଇ
ଭାରତ ବନାମ ଆଫଗାନିସ୍ତାନ, ଅକ୍ଟୋବର ୧୧, ଦିଲ୍ଲୀ
ଭାରତ ବନାମ ପାକିସ୍ତାନ, ଅକ୍ଟୋବର ୧୫, ଅହମ୍ମଦାବାଦ
ଭାରତ ବନାମ ବାଂଲାଦେଶ, ଅକ୍ଟୋବର ୧୯, ପୁଣେ
ଭାରତ ବନାମ ନ୍ୟୁଜିଲାଣ୍ଡ, ଅକ୍ଟୋବର ୨୨, ଧର୍ମଶାଳା
ଭାରର ବନାମ ଇଂଲଣ୍ଡ, ଅକ୍ଟୋବର ୨୯, ଲକ୍ଷ୍ନୌ
ଭାରତ ବନାମ କ୍ଵାଲିଫାୟର ଟିମ୍, ନଭେମ୍ବର ୨, ମୁମ୍ବାଇ
ଭାରତ ବନାମ ଦକ୍ଷିଣ ଆଫ୍ରିକା, ନଭେମ୍ବର ୫, କୋଲକାତା
ଭାରତ ବନାମ କ୍ଵାଲିଫାୟର ଟିମ୍, ନଭେମ୍ବର ୧୧, ବେଙ୍ଗାଲୁରୁ

ଇଏସପିଏନକ୍ରିକଇନମ୍ଫୋ ମୁତାବକ ଆଇସିସି ବିଶ୍ଵକପ୍ ୨୦୨୩ର ମ୍ୟାଚଗୁଡ଼ିକ ଅହମ୍ମଦାବାଦ, ଚେନ୍ନାଇ, ଲକ୍ଷ୍ନୌ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ପୁଣେ ଏବଂ ଧର୍ମଶାଳାରେ ଖେଳାଯିବ। ବିସିସିଆଇ ଏହି ଡ୍ରାଫ୍ଟ କ୍ରୀଡାସୂଚୀକୁ ଆଇସିସିକୁ ପ୍ରଦାନ କରିଛି। ଏଥିସହ ଏହି ସୂଚୀକୁ ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ମଧ୍ୟ ପଠାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଛି। ଏହି କ୍ରୀଡ଼ାସୂଚୀରେ ସେମି ଫାଇନାଲର ସ୍ଥାନ ଉଲ୍ଲେଖ ନାହିଁ, ଯାହା ନଭେମ୍ବର ୧୫ ଏବଂ ନଭେମ୍ବର ୧୬ ତାରିଖରେ ଖେଳାଯିବାର ସମ୍ଭାବନା ରହିଛି। ଫାଇନାଲ୍ ମୁକାବିଲା ନଭେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ, ଯେଉଁଠି ଉଦଘାଟନୀ ମ୍ୟାଚ୍ ଆୟୋଜନ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ