Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶକ୍ତିମନ୍ତ୍ରୀଙ୍କ ସଭାରେ ହଠାତ୍‌ କଟିଲା ବିଜୁଳି; ଅଧଘଣ୍ଟା ପରେ ଆସିଲା

ବାହାନଗା: ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ବାହାନଗାରେ ଆୟୋଜିତ ହୋଇଛି ଶ୍ରଦ୍ଧାଞ୍ଜଳୀ ସଭା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେବାକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆସିଥିଲେ। ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଆସିଥିଲେ। ଏତିକିବେଳେ ହଠାତ ସଭାରେ ବିଦ୍ୟୁତ କଟିଯାଇଥିଲା। ପ୍ରାୟ ଅଧଘଣ୍ଟା ପରେ ବିଜୁଳି ଆସିଥିଲା।

ମନ୍ତ୍ରୀଙ୍କ ସଭାରେ ଜେନେରେଟର ଲଗାଯାଇ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲା। ଏହା ପୂର୍ବରୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଥିଲେ ବିନା କାଳବୈଶାଖୀ କିମ୍ବା ବର୍ଷା ନହେଲେ ବିଜୁଳି କାଟ ହୁଏ ନାହିଁ। କିନ୍ତୁ ଆଜି ପାଗ ଠିକ ଥାଇ ହଠାତ ବିଦ୍ୟୁତ କାଟ ହେବା ଅନେକ ବିଜୁଳି ସେବାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖ ଥାଉ କି, ଆଜି ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ଭୁବନେଶ୍ୱରରେ ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ