Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୩ ପାଇଁ ଜୁନ୍‌ ୧୯ରୁ ଆରମ୍ଭ ଅନଲାଇନ୍ ଫର୍ମପୂରଣ

ଭୁବନେଶ୍ବର: ନିକଟରେ ପ୍ରକାଶ ପାଇଥିଲା ଯୁକ୍ତ ୨ ପରୀକ୍ଷା ଫଳ। ତେବେ ଜୁନ୍‌ ୧୯ରୁ ଯୁକ୍ତ ୩ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍‌ ଆବେଦନ। ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ ପ୍ରକ୍ରିୟା ।

ଏହାପରେ ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ। ଜୁଲାଇ ୨୭ରେ ବାହାରିବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ଅଗଷ୍ଟ ୩ରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ସେହିପରି ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ବାହରିବ । ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ