Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ। ଗତ ମେ ୨୮ରେ ହୋଇଥିଲା ପରୀକ୍ଷା। ଯେଉଁ ପିଲାମାନେ ପ୍ରିଲିମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବେ ସେମାନେ ସିଭିଲ ସର୍ଭିସ ମେନ ପରୀକ୍ଷା-୨୦୨୩ ଦେଇପାରିବେ ।

ସିଭିଲ ସର୍ଭିସ ନିୟମ ଅନୁଯାୟୀ, ପ୍ରିଲିମରେ ସଫଳତା ପାଇଥିବା ପ୍ରାର୍ଥୀମାନେ ପୁଣି ଥରେ ସମସ୍ତ ବିବରଣୀ ସହ ଡିଟେଲ୍ଡ ଆପ୍ଲିକେସନ ଫର୍ମ-୧(DAF-I) ରେ ସିଭିଲ ସର୍ଭିସ ମେନ ପାଇଁ ଆବେଦନ କରିବେ । DAF-I   ପୂରଣ କରିବାର ତାରିଖ  ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଯଥା ସମୟରେ ସିଭିଲ ସର୍ଭିସ କମିଶନ ୱେବସାଇଟରେ ଜଣାଇ ଦିଆଯିବ ।

ସିଭିଲ ସର୍ଭିସ ପରୀକ୍ଷା-୨୦୨୩ର ଫାଇନାଲ ରେଜଲ୍ଟ ବାହାରିବା ପରେ ପ୍ରାର୍ଥୀ https://upsc.gov.inରେ  ଏହାର ସମସ୍ତ  ବିବରଣୀ ପାଇପାରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ