Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବ ଗୋଟାଇବା ହେଲା କାଳ, ଡାଳଭାଙ୍ଗି ନାବାଳିକାଙ୍କ ଉପରେ ପଡିବାରୁ ନାବାଳିକାର ମୃତ

ଲକ୍ଷ୍ମୀପୁର୧୨.୦୬ ..ଆମ୍ବ ଗୋଟାଇବା ବେଳେ ଡାଳ ଭାଙ୍ଗି ଉପରେ ପଡିବାରୁ ଜଣେ ନାବାଳିକାର ମୃତ ହୋଇଛି।ନାବାଳିକାର ପରିବାର ଗରିବ ଶ୍ରେଣିର ହୋଇଥୁବାରୁ କାହାରିକୁ ନଜଣାଇ ଶବ ସଂସ୍କାର କରିଦୋଇଥିଲେ।ଘଟଣାଟି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତର ବାଘମାରି ଗାଁରେ ଘଟିଛି। ଗରିବ ଆଦିବାସି ପରିବାର ଆର୍ଥିକ ସମସ୍ୟା ଥିବାରୁ ଶବ ବ୍ୟବଛେଦ ପାଇଁ କିମ୍ବା ଅଭିଯୋଗ କରିନପାରି ସରକାରି ସାହାଯ୍ୟରୁ ବଞ୍ଚିତ ଅଛନ୍ତି।ଏଜାଏଁ ସେମାନଙ୍କୁ ଉଚ୍ଚିତ ନ୍ୟାୟ ମିଳି ନଥିବାରୁ ଗଣ ମାଧ୍ୟମର ସାହାଯ୍ୟ ଲୋଡିଛନ୍ତି।ବର୍ତମାନ ସୁଧା ଏହି ଗରିବ ପରିବାରକୁ ନ୍ୟାୟ ମିଳି ନାହିଁ।ଏନେଇ ସରପଞ୍ଚଙ୍କୁ ଜଣାଇଥିଲେ କିନ୍ତୁ ତଥାପି କୌଣସି ସାହାଯ୍ୟ ମିଳି ନଥିଲା ବୋଲି ମୃତ ନାବାଳିକାଙ୍କ ଭାଇ ସନ୍ତୋସ ମାଣ୍ଡିଙ୍ଗା କହିଛନ୍ତି।ଅନ୍ୟପକ୍ଷରେ ତହସିଲଦାର ଏସମ୍ପର୍କରେ ଅବଗତ ନଥିବା ରୁ ଆଜି ଉପ ଜିଲ୍ଲାପାଳ ବେଣୁଧର ଶବରଙ୍କୁ ଜଣାଇବା ପରେ ଯଥା ସମ୍ଭବ ସରକାରି ସାହାଯ୍ୟ ଯୋଗାଇ ଦିଆଜିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ