Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ,ରେ ହଟଗୋଳ ।ଗଣମାଧ୍ୟମ ପ୍ରତିନିଧି ଙ୍କୁ ବି ଡି ଓ ଙ୍କ ଦୂର୍ବବହାରର

ଅସ୍ତରଙ୍ଗ୧୨/୦୬/ ଅସ୍ତରଙ୍ଗ ନୂତନ ପଞ୍ଚାୟତ ସମିତି ଗଠନ ହେବାର ୧ ବର୍ଷରୁ ଉର୍ଦ୍ଧ୍ବ ହୋଇ ଯାଇଥିଲେ ମଧ୍ୟ ଦ୍ୱିତୀୟ ଥର ପାଇଁ ପଞ୍ଚାୟତ ସମିତି ବୈଠକ ସୋମବାର ଦିନ ବ୍ଳକ ଅଧକ୍ଷାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ କ୍ରୀଡା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା,ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟା, ବିଡ଼ିଓ ବେବିତା ମଞ୍ଜରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।୧୫ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।ବୈଠକ ଆରମ୍ଭରୁ ଏକ ୧୭ ଲକ୍ଷ ଟଙ୍କା ହଡପକୁ ନେଇ ବିଭିନ୍ନ ସଭ୍ୟ ସଭ୍ୟା ମାନେ ନିୟମ ଅନୁସାରେ କଣ ପାଇଁ ଖର୍ଚ୍ଚ ହୋଇନାହିଁ ବୋଲି ପ୍ରଶ୍ନ କରିବାରୁ ଅଧକ୍ଷାଙ୍କ ସମର୍ଥକ ମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ।ଏହାକୁ ବିଜେଡି ସମର୍ଥିତ ସଭ୍ୟ ମାନେ ପ୍ରତିବାଦ କରିବାରୁ ନୂଆଗଡ ସରପଞ୍ଚ ଚେଆର ଫୋପାଡ଼ି ଟେବୁଲ ବାଡେଇ ଥିଲେ।ଏହି ୧୭ ଟଙ୍କା ବ୍ଲକ ସୌରଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ କରଣ ପାଇଁ ୭ ଲକ୍ଷ ଟଙ୍କା,ମିଶନ ଶକ୍ତି କାଫେ ନିର୍ମାଣ ଓ ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ଓ ମିଶନ ଶକ୍ତି କାଫେର ଫର୍ଣ୍ଣିଚର ଏବଂ ପାରିପାର୍ଶ୍ବିକ ଉନ୍ନତି କରଣ ପାଇଁ ୫ ଲକ୍ଷ ଟଙ୍କା ପୂର୍ବରୁ ପଞ୍ଚାୟତ ସମିତି, ଜିଲ୍ଲା ପାଳ ପୁରୀଙ୍କ ଦ୍ୱାରା ଅନୁମୋଦିତ ହୋଇ ରହିଥିଲା।ଉକ୍ତ ଅନୁମୋଦିତ ଅର୍ଥକୁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ରେ ଖର୍ଚ୍ଚ ନ କରି ଆତ୍ମସାତ କରିବା ଲକ୍ଷ୍ୟରେ ଉକ୍ତ ୧୭ ଲକ୍ଷ ଟଙ୍କାକୁ ବିଡ଼ିଓ ଓ ଅଧକ୍ଷା ଚତୁରତାର ସହିତ ବ୍ଲକ ପରିସରରେ ଫେବର ବ୍ଲକ ବା ଇଟା ଚଟାଣ କାର୍ଯ୍ୟ କରି ସମ୍ପୂର୍ଣ୍ଣ ବିଲ କରି ନେଇଯାଇଥିବା ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନେ ଅଭିଯୋଗ ଆଣିଥିଲେ।ଏହି ୧୭ ଲକ୍ଷ ଟଙ୍କା ପୂର୍ବ ପ୍ରସ୍ତାବିତ ଅନୁମୋଦିତ ହୋଇଥିଲେ ମଧ୍ୟ ତାହା ନ କରି ନୂତନ କାର୍ଯ୍ୟ କରିଥିଲେ ମଧ୍ୟ ତାହା ପଞ୍ଚାୟତ ସମିତି କିମ୍ବା ଜିଲ୍ଲାପାଳଙ୍କ ଅନୁମୋଦନ ନ କରି କିପରି ଖର୍ଚ୍ଚ କରି ବିଲ ନେଇଗଲେ ତାହା ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବାକୁ ନିର୍ବାଚିତ ପ୍ରତିନିଧି ମାନେ ଦାବି କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ବର୍ଷକୁ ତିନି ଥର ପଞ୍ଚାୟତ ସମିତି ବୈଠକ ହେବା କଥା।କିନ୍ତୁ ୧ ବର୍ଷ ୧୦ ଦିନ ଅନ୍ତରରେ କେଉଁ ନିୟମ ଅନୁଯାୟୀ ବୈଠକ କରାଗଲା ତାହା କଣ ଏହି ୧୭ ଲକ୍ଷ ଟଙ୍କାକୁ ଆତ୍ମସାତ କରିବା ପାଇଁ ନା ଆଉ କେଉଁ ଉଦେଶ୍ୟ ପାଇଁ ତାହା ସଭ୍ୟ ମାନେ ଅଭିଯୋଗ କରିଥିଲେ।ଉପାଦକ୍ଷ ଦୁର୍ଜୟ ମିଶ୍ର ସମିତି ସଭ୍ୟା ଆରତୀ କାଣ୍ଡିଙ୍କୁ ଗୃହରୁ ବହାରିଯିବାକୁ ଧମକ ଦେଇଥିଲେ।ଏହାର ପ୍ରତିବାଦରେ ୧୪ ଜଣ ସଭ୍ୟ ସଭ୍ୟା ବୈଠକ ଗୃହ ଛାଡି ଚାଲି ଆସିଥିଲେ।ଏହି ଅର୍ଥକୁ ନେଇ ହଟ୍ଟଗୋଳ ପାଟିତୁଣ୍ଡ ଜୋରରେ ହେଲା ବେଳେ ଅସ୍ତରଙ୍ଗର କାର୍ଯ୍ୟରତ ପ୍ରିଣ୍ଟ ଓ ବିଦ୍ୟୁତ ଗଣମାଧ୍ୟମ ସାମ୍ୱାଦିକ ମାନେ ଫୋଟୋ ଉଠାଉଥିବା ବେକେ ବିଡ଼ିଓ ବେବିତା ମଞ୍ଜରୀ ନାୟକ ମନ୍ତ୍ରୀ ଓ ସାଂସଦ ପ୍ରତିନିଧିଙ୍କ ଉପସ୍ଥିତରେ ଦୁର୍ବ୍ୟବହାର କରି ବୈଠକ ଗୃହରୁ ବାହାର କରି ଦେଇଥିଲେ।ଯାହାକୁ ମନ୍ତ୍ରୀ ଓ ସାଂସଦ ପ୍ରତିନିଧି ବିଡ଼ିଓଙ୍କ ଏହି ସାମ୍ବାଦିକଙ୍କ ପ୍ରତି ଅସାମ୍ବିଧାନିକ ମନ୍ତବ୍ୟକୁ ନାପସନ୍ଦ କରିବା ସହିତ ନିନ୍ଦା ମଧ୍ୟ କରିଥିଲେ।ସେ ଜଣେ ଅନଭିଜ୍ଞ ବିଡ଼ିଓ ହୋଇଥିବାରୁ ଅସ୍ତରଙ୍ଗ ବ୍ଲକରେ ଯୋଗ ଦେବା ଦିନ ଠାରୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି।ସେ ନିଜକୁ ୫ ଟି ସଚିବଙ୍କ ନିକଟତର କହି ସମସ୍ତଙ୍କୁ ଧମକ ମଧ୍ୟ ଦିଅନ୍ତି।ଏହି ଅର୍ଥ କେଳେଙ୍କାରୀ ଓ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାକୁ ଗୁରୁତ୍ୱ ଦେଇ ବିଡ଼ିଓଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ମନ୍ତ୍ରୀ, ୫ ଟି ସଚିବ ,ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି ହେଉଛି।ନଚେତ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।ଆୟୋଜିତ ବୈଠକ ପୋଲିସ ଛାଉଣୀରେ ଅନୁଷ୍ଠିତ ହୋଇଥିଲା।