ତାତିରୁ ସାମାନ୍ୟ ଆଶ୍ବସ୍ତି; ସକାଳୁ ପାଗ ପରିବର୍ତ୍ତନ


ଭୁବନେଶ୍ବର: ଗତକାଲି ତାତିରେ ରେକର୍ଡ କରିଥିଲା ରାଜଧୀନୀ ଭୁବନେଶ୍ବର। କାଲିର ଅସହ୍ୟ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜି ସକାଳୁ ପାଗରେ ହଠାତ୍ ପରିବର୍ତ୍ତନ ହୋଇଥିବା ବେଳେ କମ ଗରମ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ ରହିବା ସହ କିଛି ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଲାଗି ରହିଛି ।

ଭୁବନେଶ୍ୱର ସମେତ ଗଞ୍ଜାମ ଓ ପୁରୀରେ ଝିପିଝିପି ବର୍ଷା ହେଉଛି । ଗତ କିଛି ଦିନ ହେବ ତାତିର ଯନ୍ତ୍ରଣା‌ରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗରମରେ ସନ୍ତୁଳି ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ଗତକାଲି ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହାସହ ରାଜଧାନୀ ମଧ୍ୟ ୪୪ ଡିଗ୍ରି ତାପମାତ୍ର ରେକର୍ଡ କରିଥିଲା