Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାଭାବିକ ହେବ ବିଦ୍ୟୁତ୍‌ ସେବା; ନିରବର୍ଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୭, ୭୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ଅଘୋଷିତ ବିଦ୍ୟୁତକାଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାରା ରାଜ୍ୟବାସୀ। ଗୋଟେ ପଟେ ତାତିକୁ ଗୁଳୁଗୁଳି ଅସହ୍ୟ କରୁଥିବା ବେଳେ ଅନ୍ୟପଟେ ଘନ ଘନ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଜନଅସନ୍ତୋଷ ପରେ ନିରବର୍ଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପଦକ୍ଷେପ ନେଇଛି ଟାଟା ପାୱାର । ଏଥିପାଇଁ ୭, ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି କର୍ମଚାରୀଙ୍କୁ ବିଜୁଳି ଖୁଣ୍ଟ, କଣ୍ଡକ୍ଟର ଆଦି ଉପକରଣ ଯୋଗାଇ ଦିଆଯାଇଛି ।

ନିକଟରେ କାଳବୈଶାଖୀ ଯୋଗୁ ଅଧିକ ବିଜୁଳି କାଟ ହେଉଥିଲା। କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିବା ସ୍ଥାନ ଗୁଡ଼ିକରେ ପୁନରୁଦ୍ଧାର କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। । ଏବେ ବିଜୁଳି ଯୋଗାଣ ସ୍ୱାଭାବିକ ହେବ ବୋଲି କହିଛି କମ୍ପାନୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ