Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣରେ ବଢିଲା ବିଜେପିର ମୁସ୍କିଲ, ସଙ୍କଟରେ AIADMK ସହ ପାର୍ଟି ମେଣ୍ଟ

ଚେନ୍ନାଇ: ଦକ୍ଷିଣ ଭାରତରେ ଭାରତୀୟ ଜନତା ପାର୍ଟିର ଏକ ମାତ୍ର ସହଯୋଗୀ ପାର୍ଟି ଏଆଇଏଡିଏମକେ ଅସନ୍ତୁଷ୍ଟ। ନିକଟରେ କର୍ଣ୍ଣାଟକ ହାରିବା ପରେ ଏବେ ତାମିଲନାଡ଼ୁରେ ମେଣ୍ଟ ଉପରେ ସଙ୍କଟର ବାଦଲ ଦେଖା ଦେଇଛି। ଆଉ ଏହାର କାରଣ ଖୋଦ୍ ତାମିଲନାଡୁ ବିଜେପି ଅଧ୍ୟକ୍ଷ। ତାଙ୍କର ବିବାଦୀୟ ଟିପ୍ପଣୀ ପାଇଁ ଆଜି ଏଆଇଏଡିଏମକେ ବିଜେପି ସହ ସଂପର୍କ ଛିନ୍ନା କରିବା ଉପରେ ମଧ୍ୟ ବିଚାର କରୁଥିବା ସାଂପ୍ରତିକ ଘଟଣାକ୍ରମରୁ ଦେଖିବାକୁ ମିଳିଛି।

ଏଆଇଏଡିଏମକେ ତଥା ମୁଖପାତ୍ର ଜୟକୁମାର ସୋମବାର ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଅନ୍ନାମଲାଇ ତାଙ୍କୁ ବିଜେପି ପାର୍ଟି ସହ ମେଣ୍ଟ ଉପରେ ପୁନର୍ବିଚାର କରିବା ପାଇଁ ବାଧ୍ୟ କରୁଛନ୍ତି। ଏଆଇଏଡିଏମକେ ମୁଖପାତ୍ର କହିଛନ୍ତି ବିଜେପି ଅଧ୍ୟକ୍ଷଙ୍କୁ ସଂଯମତାର ସହ ମେଣ୍ଟ ଧର୍ମ ପାଳନ କରିବା ଉଚିତ୍। ଯଦି ଏମିତି ନ ହୁଏ ତେବେ ଆମକୁ ବିଜେପି ସହ ମେଣ୍ଟ ଉପରେ ବିଚାର କରିବାକୁ ପଡ଼ିବ।

ଏଆଇଏଡିଏମକେ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇଙ୍କ ଏହି ବୟାନ ଉପରେ ଆପତ୍ତି ଉଠାଇଛି, ଯେଉଁଥିବେ ବିଜେପି ନେତା କହିଛନ୍ତି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଦୁର୍ନୀତିରେ ସଂପୃକ୍ତ ଥିଲେ ଏବଂ ଏଥିରୁ କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାମିଲନାଡୁ ବିଜେପି ଅଧ୍ୟକ୍ଷଙ୍କ ଏହି ବୟାନରେ ଦୁଇ ଦଳ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଫଳରେ ଲୋକସଭା ନିର୍ବାଚନ ପୂର୍ବରୁ ଏକମାତ୍ର ଦକ୍ଷିଣ ରାଜ୍ୟରେ ଏନଡିଏ ମେଣ୍ଟ ଉପରେ ସଙ୍କଟ ଦେଖା ଦେଇଛି।

ଏଆଇଏଡିଏମକେର ମୁଖପାତ୍ର ଜୟକୁମାର ଚେନ୍ନାଇରେ କହିଛନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ଆମର ଭଲ ସଂପର୍କ ଥିବା ସତ୍ତ୍ଵେ ବି ଅନ୍ନାମଲାଇ ଆମକୁ ମେଣ୍ଟ ଉପରେ ପୁନଃବିଚାର କରିବାକୁ ବାଧ୍ୟ କରୁଛନ୍ତି। ଡିଏମକେ ପରି ଚିର ପ୍ରତିଦ୍ଵନ୍ଦ୍ଵୀର ସମାଲୋଚନା କରିବା ପରିବର୍ତ୍ତେ ଅନ୍ନାମଲାଇ ଆମର ଦିବଙ୍ଗତ ନେତାଙ୍କ ସମାଲୋଚନା କରୁଛନ୍ତି। ଅନାମଲ୍ଲାଇ ଆଜି ଏଆଇଏଡିଏମକେର ପ୍ରତ୍ୟେକ କ୍ୟାଡରଙ୍କୁ କ୍ରୋଧିତ କରିଛନ୍ତି। ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ କାମରୁ ଜଣା ପଡ଼ୁଛି ଯେ, ମେଣ୍ଟ ଜାରି ରହୁ ବୋଲି ସେ ଚାହୁଁ ନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ