Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଞ୍ଜିନରୁ ଅଲଗା ହୋଇଗଲା ବଗି; ଡ୍ରାଇଭରଙ୍କ ଯୋଗୁ ଟଳିଗଲା ଦୁର୍ଘଟଣା

କଳାହାଣ୍ଡି: ଟଳିଗଲା ବଡ ଦୁର୍ଘଟଣା। କଳାହାଣ୍ଡିରେ ମାଲବୋଝେଇ ଟ୍ରେନରୁ ଅଲଗା ହୋଇଗଲା ବଗି । ଆଲୁମିନା ବୋଝେଇ ଟ୍ରେନ୍‌ଟି ଦାମନଯୋଡିରୁ ଅନୁଗୁଳ ଯାଉଥିଲା । କେସିଙ୍ଗା ଷ୍ଟେସନରେ ଇଞ୍ଜିନରୁ ଅଲଗା ହୋଇଗଲା ବଗି । ପ୍ରାୟ ୩୦୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ତେବେ ଏଭଳି ପରିସ୍ଥିତିରେ ବହୁତ ବଡ଼ ଦୁର୍ଘଟଣା ହୋଇପାରିଥାନ୍ତା। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ବଡ ବିପଦ। ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥି‌ଲେ ରେଳ କର୍ମଚାରୀ । ତେବେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି।

ଜୁନ୍ ୨ ତାରିଖରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ଭୟ ଏବେ ବି ଲୋକଙ୍କ ମନରେ ରହିଛି। ତ୍ରୁଟି ସଂଶୋଧନ ନ ହୋଇଥିବାରୁ ଘଟିଥିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା। ଯାହା ଅକାରଣେ ନେଇଯାଇଥିଲା ୨୮୯ ଜଣଙ୍କର ଜୀବନ । ସେହିଭଳି ବାହାନଗା ଦୁର୍ଘଟଣାରେ ପରେ ଯାଜପୁରରେ ହଠାତ୍ ରେଳ ଇଞ୍ଜିନ ଗଡିଯିବା କାରଣରୁ ୭ ଜଣଙ୍କର ଜୀବନ ଚାଲିଯାଇଥିଲା । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଭୟ ବିସ୍ତାର ହେବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ