Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ୪ ଖେଳାଳି, ଯିଏ ଟେଷ୍ଟ ଅଧିନାୟକ ଭାବେ ରୋହିତଙ୍କ ସ୍ଥାନ ନେଇ ପାରିବେ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ତିନି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି। ହେଲେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ତାଙ୍କର ନେତୃତ୍ଵ ଉପରେ ପ୍ରଶ୍ନ ଉଠିଛି। ଏହା ମଧ୍ୟ ଖବର ଆସୁଛି ଯେ, ଭାରତୀୟ କ୍ରିକେଟ୍ ବୋର୍ଡ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ରୋହିତଙ୍କ ଟେଷ୍ଟ ଅଧିନାୟକତ୍ଵ ଉପରେ ବିଚାର କରି ପାରେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୨ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜରେ ରୋହିତ ଦଳର ନେତୃତ୍ଵ ନେବେ। ତେବେ ଆସନ୍ତୁ ନଜର ପକାଇବା ଯଦି ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଏ ତେବେ କିଏ ଏହି ପଦ ସମ୍ଭାଳିବାକୁ ଯୋଗ୍ୟ ?
ସଂପ୍ରତି ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର କୌଣସି ବ୍ୟାଟର ଭଲ ଫର୍ମରେ ନାହାନ୍ତି। ଯେଉଁ ଖେଳାଳି ଫର୍ମରେ ଥିଲେ ସେମାନେ ଆହତ କାରଣରୁ ବାହାରେ ଅଛନ୍ତି କିମ୍ବା ସେମାନଙ୍କୁ ସୁଯୋଗ ମିଳିନି। ଏମିତିରେ ଅଧିନାୟକ ପାଇଁ ବିକଳ୍ପ ବହୁତ କମ ରହିଛି। କିନ୍ତୁ ଏମିତି କିଛି ଖେଳାଳି ଅଛନ୍ତି ଯିଏ ରୋହିତ ଶର୍ମାଙ୍କ ସ୍ଥାନ ନେଇ ପାରିବେ।

୧ – ଆଜିଙ୍କ୍ୟ ରାହାଣେ
ଭାରତୀୟ ଟେଷ୍ଟ ଦଳରେ ଅନେକ ସମୟରେ ରାହାଣେ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ଜଣେ ଅଧିନାୟକ ଭାବେ ସେ ସଫଳ ମଧ୍ୟ ରହିଛନ୍ତି। ସେ ଅଷ୍ଟ୍ରେଲିଆରେ ଭାରତକୁ ଐତିହାସିକ ସିରିଜ୍ ବିଜୟ ଦେଇଥିଲେ। ଏବେ ସେ ଦଳକୁ ଫେରି ସାରିଛନ୍ତି, ତେଣୁ ସେ ଟେଷ୍ଟ ଅଧିନାୟକ ହେବାକୁ ପ୍ରଥମ ପସନ୍ଦ।

୨ – ଋଷଭ ପନ୍ତ
ଟେଷ୍ଟ ଅଧିନାୟକ ଦାବିଦାର ଲିଷ୍ଟରେ ଋଷଭ ପନ୍ତଙ୍କ ନାମ ରହିଛି, ଯିଏ ଏବେ ଆହତ ଅଛନ୍ତି। ହେଲେ ସବୁଠୁ ବଡ଼ କଥା ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ପରବର୍ତ୍ତୀ ଟେଷ୍ଟ ସିରିଜ୍ ପ୍ରାୟ ୬ ମାସ ପରେ ଖେଳିବ। ଆଶା କରାଯାଉଛି ସେତେବେଳକୁ ପନ୍ତ ଫିଟ୍ ହୋଇ ସାରିଥିବେ ଏବଂ ପଡ଼ିଆକୁ ଓହ୍ଲାଇଥିବେ।

୩ – ଶ୍ରେୟସ ଆୟର
ଅଧିନାୟକ ପାଇଁ ଆଉ ଏକ ନାମ ଶ୍ରେୟସ ଆୟର ରହିଛନ୍ତି। ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦାୟିତ୍ଵ ସମ୍ଭାଳି ସାରିଛନ୍ତି। ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ସେ ଅଧିନାୟକତ୍ଵ କରି ନାହାନ୍ତି। ହେଲେ ଟେଷ୍ଟ କ୍ରିକେଟରେ ସେ ଅଧିନାୟକ ଭାବେ ସଫଳ ହୋଇ ପାରନ୍ତି। ସେ ଏବେ ବର୍ତ୍ତମାନ ଆହତଜନିତ ସ୍ଥିତି ଦେଇ ଗତି କରୁଛନ୍ତି।

୪ – ଅଶ୍ଵିନ
ଭାରତୀୟ ଦଳରେ ଟେଷ୍ଟ ଅଧିନାୟକ ଦାୟିତ୍ଵ ବହୁତ କମ ବୋଲରଙ୍କୁ ମିଳିଛି। ମାତ୍ର ଆମେ ଦେଖି ସାରିଛନ୍ତି ଯେ, ଅନିଲ୍ କୁମ୍ବଲେ ଟେଷ୍ଟରେ ସଫଳତାର ସହ ଅଧିନାୟକ ଦାୟିତ୍ଵ ନିର୍ବାହ କରିଥିଲେ। ଯଦି ମ୍ୟାନେଜମେଣ୍ଟ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଅଧିନାୟକ କରିବାକୁ ଚାହିଁବ ତେବେ ସେ ଭଲ ବିକଳ୍ପ ହୋଇ ପାରିବେ, କାରଣ ତାଙ୍କ ନିକଟରେ କ୍ରିକେଟର ତୀକ୍ଷ୍ଣ ଜ୍ଞାନ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ