Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ବ୍ଲକ ସ୍ତରୀୟ ଲୋକ କଳା ଦିବସ ପାଳିତ

ତରଭା: ତରଭା ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତି ତରଭା ପକ୍ଷରୁ ବ୍ଲକ ସ୍ତରୀୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ତରଭା ବ୍ଲକ କଳା ସଂସ୍କୃତି ସଭାପତି ତଥା ବିଡ଼ିଓ ଅନିଲ କୁଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମ୍ମନିତ ଅତିଥି ଭାବେ ଏବିଡ଼ିଓ ନିରଞ୍ଜନ ନାଏକ, ବ୍ଲକ କଳା ସଂସ୍କୃତି ଉପ ସଭାପତି ମାନଭଞ୍ଜନ ମିଶ୍ର ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ l ଅତିଥି ମାନେ ତରଭା ଅଞ୍ଚଳର ଲୋକ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ କଳାକାରଙ୍କୁ ଉତ୍ସାହିତ କରିଥିଲେ l ବିଡ଼ିଓ ଶ୍ରୀ କୁଲୁ ଲୋକ କଲା ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ୱ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ୟାମସୁନ୍ଦର ସାହୁଙ୍କ ସମେତ ବିକ୍ରମ ସାହୁ, ପବିତ୍ର ମୋହନ ସାହୁ, ସଂଜୀବ ସାହୁ, ପ୍ରମୋଦ ପଣ୍ଡା, ଦୁଃଖୀରାମ ମନହିରା, ମିନି ପଣ୍ଡା, ନିଳାଞ୍ଜଳି ପାଢ଼ୀ, ଇତିଶ୍ରୀ ସାହୁଙ୍କୁ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ପରିଚାଳନା କରଥିବା ବେଳେ ବିଏସଏସଓ ପ୍ରଭାସ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ତରଭା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ବିକ୍ରମ ବିଶି, ଶାହାନାବଜ଼ ଖାନ, ସରିତ ସାହୁ, ଗଣ୍ଡାରାମ ବାଘଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ