Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରି ଇଡଲି ବ୍ୟବସାୟୀ ଙ୍କ ପୁଅ ନିଟ୍ ପରୀକ୍ଷାରେ ଉତିର୍ଣ; ସର୍ବଭାରତୀୟ ସ୍ତର ରେ ୮୪୧୫ ରେଙ୍କ

ଲକ୍ଷ୍ମୀପୁର ୧୪.୦୬ ଇଚ୍ଚାଶକ୍ତି ଓ ଦୃଢ ମନୋବଳ ଆଗରେ ହାର୍ ମାନିଛି ଗରିବୀ।ଜଣେ ପୁରି ଇଡଲି ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଥିବା ବ୍ୟକ୍ତି ପୁଅକୁ ଡାକ୍ତରୀ ପାଠପଢାଇ ସମାଜର ସେବା କରିବା ସକାଶେ ଯେଉଁ ଇଚ୍ଚା ରଖିଥିଲେ ଆଜି ତାଙ୍କ ପୁଅ ସର୍ବଭାରତୀୟ ସ୍ତରରେ ନିଟ୍ ଭଳି ପରୀକ୍ଷା ରେ ଉତିର୍ଣ ହୋଇ ବାପାଙ୍କ ସ୍ବପ୍ନକୁ ସାକାର କରିବା ଶିର୍ଷରେ ପହଞ୍ଚିଛନ୍ତି।ଦଶମନ୍ତପୁର ବ୍ଲକ ଘାଣ୍ଟ୍ରାଗୁଡା ଗାଁର ପର୍ଶୁରାମ ବିଷୋଇ,ଗାଁ ରେ କାମଧନ୍ଦା ନମିଳିବାରୁ ୧୮ ବର୍ଷ ତଳେ ଲକ୍ଷ୍ମୀପୁର ଚାଲିଆସିଥିଲେ।ଲକ୍ଷ୍ମୀପୁର ରେ ଏକ ସରକାରୀ ଜାଗାରେ ଛୋଟ କୁଡିଆଟିଏ କରି ଏପର୍ଯ୍ୟନ୍ତ ପୁରି ଇଡଲି ବ୍ୟବସାୟ କରନ୍ତି।ପରିବାର କହିଲେ ପତ୍ନି କୁଶିକାନ୍ତି ବିଷୋଇ ଓ ଗୋଟିଏ ପୁଅ ଗୋଟିଏ ଝିଅ ।ପର୍ଶୁରାମଙ୍କ ପୁଅ ଡମ୍ବୁରୁଧର ବିଷୋଇ ଆଜି ପ୍ରକାଶିତ ହୋଇଥିବା ନିଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତର ରେ ୮୪୧୫ ରେଙ୍କ ରେ ରହି ଉତିର୍ଣ ହୋଇଛନ୍ତି।ତାଙ୍କ ସହ ଆଜି ଆମ ପ୍ରତିନିଧି ସାକ୍ଷାତ କରିବା ଅବସର ରେ ସେ କହିଛନ୍ତି କି ବାପା ମା ଙ୍କ ସହ ମାମୁଁ ଘର ର ସାହାଯ୍ୟ ଆଶିର୍ବାଦ ତଥା ଗୁରୁଜନ ଓ ଭଗବାନ ଙ୍କ ଆଶିର୍ବାଦ ତଥା ମୋର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ପାଇପାରିଛି।ଆଗକୁ ଡାକ୍ତର ହୋଇ ସମାଜର ସେବା କରିବି,ବାପା ଜଣେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କ ସହ ତାଙ୍କ ଭଉଣୀର ପାଠପଢାରେ କେବେ ଅବହେଳା କରିନାହାଁନ୍ତି।ମାଟ୍ରିକ୍ ରେ ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ରେ ଅଧ୍ୟୟନ କରି ୮୦ ପ୍ରତିଶତ ନମ୍ବର ରଖି ଉତିର୍ଣ ହେବା ପରେ କୋରାପୁଟ ଟ୍ୟାଲେଣ୍ଟ କଲେଜ୍ ରେ ଯୁକ୍ତ ୨ ବିଜ୍ଞାନ ରେ ୮୧ ପ୍ରତିଶତ ମାର୍କ ରଖି ଉତିର୍ଣ ହୋଇଥିଲେ।୨୦୨୧ ରେ ଭୂବନେଶ୍ବର ରେ ନିଟ୍ ପାଇଁ ଗୋଟିଏ ବର୍ଷ କୋଚିଂ ନେଇ ନିଟ୍ ପରୀକ୍ଷା ଦେଇଥିଲେ କିନ୍ତୁ କୃତକାର୍ଯ୍ୟ ନହେବା ପରେ ସେ ରାଜସ୍ତାନ୍ ର କୋଟାରେ ଗୋଟିଏ ବର୍ଷ କୋଚିଂ ନେଇ ଚଳିତ ବର୍ଷ ନିଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହୋଇପାରିଛନ୍ତି।ପୁଅ ର ସଫଳତା ପରେ ପରିବାର ରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ତାଙ୍କ ବାପା କହିଛନ୍ତି ଭଗବାନ ଙ୍କ ଆଶିର୍ବାଦ ସହ ପୁଅ ର ମାମୁଁ ଘର ତରଫରୁ ସାହାଯ୍ୟ ସହଯୋଗ ମିଳିବାରୁ ଆଜି ପୁଅ ସଫଳତା ପାଇଥିବା କହିଛନ୍ତି।ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ଲକ୍ଷ୍ମୀପୁର ବ୍ଲକ ଶୁଣ୍ଢିପରିବାର ସଦସ୍ୟ ଙ୍କ ସମେତ ଅନେକ ବ୍ୟକ୍ତି ଶୁଭେଚ୍ଚା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ