Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରଜ ସଂକ୍ରାନ୍ତି; ଉତ୍ସବମୂଖର ଗାଁଠୁ ସହର

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ। ବହୁ ପୁରୁଣା କାଳରୁ ଏହି ପର୍ବ ପାଳନ କରାହୋଇଆସୁଛି। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଆଜି ରଜର ଦ୍ୱିତୀୟ ଦିନ ଅର୍ଥାତ୍‌ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।

ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । 

ରଜ ଉତ୍ସବ ପାଳନ କରିବା ଲାଗି ଗାଁଠୁ ସହର ଉତ୍ସବମୂଖର। ରଜଦୋଳିଠୁ, ପୋଡପିଠା, ପାନ ଖିଆ ଭିତରେ ଜମିଯାଏ ରଜ ଆସର। ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ସହରରେ ମଧ୍ୟ ରଜ ଉତ୍ସବ ପାଳନ କରିବା ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଉଛି। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ପିଠାର ବାସ୍ନାରେ ମହକୁଛି ସାରା ସହର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ