Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଫେରିଲା ତାତି; ଦିନ ୧୧.୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୪୧ ଡିଗ୍ରୀ

ଭୁବନେଶ୍ବର: ୨ ଦିନ ଆଶ୍ବସ୍ତି ପରେ ପୁଣି ଫେରିଲା ତାତି। ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀରେ ଆଦ୍ରତା ୪୫ ପ୍ରତିଶତ ଥିବାରୁ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇଛି । ଗତକାଲି ତାତି କମ୍‌ ଥିବାରୁ ରଜପାଗ ଭଳି ମନେ ହେଉଥିଲା। ଗତକାଲି ତୁଳନାରେ ଆଜିର ତାପମାତ୍ରା ପ୍ରାୟ ୭ଡିଗ୍ରୀ ବୃଦ୍ଧି ପାଇଛି। ଗତକାଲି ରାଜଧାନୀ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

ତେବେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୨, ବାଲେଶ୍ୱର ୩୮.୨, ଚାନ୍ଦବାଲି ୩୭.୮, ପୁରୀ ୩୫ଡିଗ୍ରୀ ରେକର୍ଡ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ