Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ପଷ୍ଟ କଲା ବିସିସିଆଇ, ଏହି ଧରଣର କମ୍ପାନୀ ହୋଇ ପାରିବେନି ଟିମ୍ ଇଣ୍ଡିଆର ସ୍ପନସର

ନୂଆଦିଲ୍ଲୀ: ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ BYJU’S ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ଥିଲା। ଜର୍ସିର ସାମ୍ନାରେ ଦର୍ଶକ BYJU’S ଲେଖା ଦେଖୁଥିଲେ, ମାତ୍ର ଏହି କମ୍ପାନୀ ବିସିସିଆଇ ସହ ନିଜର ଚୁକ୍ତି ସମାପ୍ତ କରିଛି। ଏହି କାରଣରୁ ଭାରତୀୟ ଦଳ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩ର ଫାଇନାଲରେ ବିନା ପ୍ରାୟୋଜକ ଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲା। ଏବେ ବିସିସିଆଇ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ(ସ୍ପନସର) ପାଇଁ ଟେଣ୍ଡର ଜାରି କରିଛି। ଏଥିସହ ବୋର୍ଡ ସ୍ପଷ୍ଟ କରିଛି ଯେ, କେଉଁ ଧରଣର କମ୍ପାନୀ ଏହି ନିଲାମରେ ସାମିଲ୍ ହୋଇ ପାରିବେ ନାହିଁ।

ବିସିସିଆଇ ମୁଖ୍ୟ ସ୍ପନସର ପାଇଁ ଇନଭିଟେସନ ଟୁ ଟେଣ୍ଡର ରିଲିଜ୍ କରିଛି, ଯାହାକୁ କେହି ବି ୫ ଲକ୍ଷ ଟଙ୍କା ଏବଂ ଜିଏସଟି ସହ କିଣି ପାରିବ। କିନ୍ତୁ ମୁଖ୍ୟ ପ୍ରାୟୋଜକ ପାଇଁ ଏହି ଧରଣର କମ୍ପାନୀକୁ ସାମିଲ୍ ହେବାକୁ ଅନୁମତି ଦିଆଯିବ ନାହିଁ। ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଆଲକୋହଲ, କ୍ରିପ୍ଟୋକରେନ୍ସି, ରିୟଲ ମନି ଗେମିଂ, ତମ୍ବାଖୁ, ଏଥଲିଜର ଆଣ୍ଡ ସ୍ପୋର୍ଟ୍ସଓୟାର ମ୍ୟାନୁଫେକଚର ଏବଂ ଯେଉଁ କମ୍ପାନୀ ସାର୍ବଜନୀନ ନୈତିକତାକୁ କ୍ଷତି ପହଞ୍ଚାଇ ଥାଆନ୍ତି ଏହି ଧରଣର କମ୍ପାନୀକୁ ବିସିସିଆଇ ନିଲାମରେ ସାମିଲ୍ କରିବ ନାହିଁ।

ବିସିସିଆଇ ଚାହୁଁଛି ଲିଡ୍ ସ୍ପନସର ଭାବେ କୌଣସି କମ୍ପାନୀ ଏମିତି ଜିନିଷକୁ ପ୍ରମୋଟ ନ କରୁ ଯଦ୍ଵାରା ଦେଶର ଯୁବ ବର୍ଗ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ। ଏ ପର୍ଯ୍ୟନ୍ତ ବାୟଜୁ, ଅପୋ, ଷ୍ଟାର ଏବଂ ସାହାର ପରି କମ୍ପାନୀ ଗତ କିଛି ବର୍ଷ ଧରି ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ରହିଥିଲେ। ଏହି କାରଣରୁ ବିସିସିଆଇ ଏଥର କିଛି ଭଲ କମ୍ପାନୀ ସହ ଚୁକ୍ତି କରିବାକୁ ଚାହୁଁଛି। ଭାରତୀୟ ଦଳ ନିକଟରେ ଆଦିଦାସ ସହ କିଟ୍ ସ୍ପନସର ଭାବେ ବଡ଼ ଚୁକ୍ତିନାମା କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ