Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଷ୍ଟାର୍ ସିକ୍ସ ଭଲିବଲ ଟୁର୍ନାମେଣ୍ଟ୍ ଉଦଘାଟିତ

ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଏକ ଆନ୍ଦ୍ର ରାଜ୍ୟ ସୀମାନ୍ତ ହୋଇଥିବା ବେଳେ ଉକ୍ତ ବ୍ଲକର ପଞ୍ଚାୟତ ମାନଙ୍କ ମଧ୍ୟରେ କିପରି ଭାଇଚାରା ବଜାୟ ରହିବ ଏହାକୁ ଦୃଷ୍ଟିରେ ରଖି ଷ୍ଟାର୍ ସିକ୍ସ ସଭାପତି କାର୍ତ୍ତିକ ଖିଲ ଙ୍କ ଅଧ୍ୟକ୍ଷତାରେ ଏବଂ ସଦସ୍ୟ ମାନଙ୍କ ସହଯୋଗ ରେ ବ୍ଲକ ସ୍ତରୀୟ ଉକ୍ତ ଟୁର୍ନାମେଣ୍ଟ୍ ଉଦଘାଟନ ହୋଇ ଯାଇଛି । ଉକ୍ତ ଟୁର୍ନାମେଣ୍ଟ୍ ରେ ଜିଲ୍ଲା ପୋଲିସ ବିଭାଗର ତୃତୀୟ ବାଟାଲିୟନ ର ସଭାପତି ଜୟରାମ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ସୂଚନା ମୁତାବକ ଉକ୍ତଟୁର୍ନାମେଣ୍ଟ୍ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ତଥା ୧୧ଦିନ ଧରି ହେବାକୁ ଥିବାବେଳେ ଉକ୍ତ ଟୁର୍ନାମେଣ୍ଟ୍ ରେ ପ୍ରତ୍ୟେକ ୦୮ଟି ଦଳକୁ ନେଇ ଖେଳ ହେବାକୁ ଧାର୍ଯ୍ୟ କରାଯାଇଛି । ସେହିପରି ପ୍ରତ୍ୟେକ ଖେଳର ସମୟ ସୀମା ଏକ ଘଣ୍ଟା ରଖା ଯାଇଥିବା ବେଳେ ଉକ୍ତ ସମୟ ସୀମା ମଧ୍ୟରେ ଯେଉଁ ଦଳ ଅଧିକ ପଏଣ୍ଡ୍ ହାସଲ କରିବ ସେହି ଦଳ ବିଜୟ ହେବ ବୋଲି ଟୁର୍ନାମେଣ୍ଟ୍ ର ଆୟୋଜକ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଟୁର୍ନାମେଣ୍ଟ୍ ର ପ୍ରଥମ ଅଧିବେଶନରେ କରାଡବା ସହ ମାଳିଗୁଞ୍ଜା ଏବଂ କୋଟିଆ ସହ ଲିଙ୍ଗାମଗୁଡି ମଧ୍ୟରେ ଖେଳ ହୋଇଥିବା ବେଳେ ପ୍ରଥମ ଖେଳର ଏକ ଘଣ୍ଟା ସମୟ ସୀମା ମଧ୍ୟରେ ମାଳିଗୁଞ୍ଜା ୨୦ ପଏଣ୍ଡ୍ ହାସଲ କରି କରାଡବା କୁ ହରାଇ ବିଜୟ ହୋଇଥିଲା । ସେହିପରି ଦ୍ୱିତୀୟ ଖେଳରେ କୋଟିଆ ୧୭ ପଏଣ୍ଡ୍ ହାସଲ କରି ଲିଙ୍ଗାମଗୁଡି କୁ ହରାଇ ବିଜୟ ଲାଭ କରିଥିଲା । ଉକ୍ତ ଟୁର୍ନାମେଣ୍ଟ୍ ର ଉଦଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ରୂପେ ଓଡିଶା ମୋଟର ଚାଳକ ସଂଘ ର ପଟ୍ଟାଙ୍ଗି ଶାଖା ସଭାପତି ଅର୍ଜୁନ ଖରା , ୱାର୍ଡ ସଦସ୍ୟ ଅର୍ପଣ ହିମିରିକା , DNS ମେଡ଼ିକାଲ ଷ୍ଟୋର ପ୍ରପାଇଟର ନୁରାନ୍ ନବି ସରଦାର , ନାଏବ ସରପଞ୍ଚ ଅଭିମନ୍ୟୁ ତୋଟା ପାଡିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରେଫେରି ଭାବେ ରବିନ୍ଦ୍ର ପଟ୍ଟନାୟକ ଓ ମୋହନ ବାଙ୍କା ଟୁର୍ନାମେଣ୍ଟ୍ କୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଷ୍ଟାର୍ ସିକ୍ସ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।