Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡି ପୂରେନ୍ଦୀଶ୍ବରୀ ଜନସାଧାରଣଙ୍କୁ ନବୀନ ରିପୋର୍ଟ କାର୍ଡ ଦେଖାଇ ପାରିବେ କି? ଡି ପୂରେନ୍ଦୀଶ୍ବରୀ

ଅତାବିରା -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 09 (ନଅ) ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ପାଳନ ଅବସରରେ ଶୁକ୍ରବାର ସକାଳ ସାଢେ 10ଟାରେ ଚକୁଳି ଫାର୍ମ ସ୍ଥିତ “ରାମ ମନ୍ଦିର” ପ୍ରାଙ୍ଗଣରେ ଏକ ମହା ଜନସମ୍ପର୍କ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ରାଜ୍ୟର ପ୍ରଭାରୀ ଡି ପୂରେନ୍ଦୀଶ୍ବରୀ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଜନତାଙ୍କୁ ଉଦବୋଧନ ଦେଇଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ରେ କିଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜନସାଧାରଣ ଙ୍କ ହିତ ପାଇଁ କରାଯାଇଛି ତାହା ବର୍ଣ୍ଣନା କରିଥିଲେ l ଡି ପୂରେନ୍ଦୀଶ୍ବରୀ ଆହୁରି କହିଥିଲେ ଯେ, ଭାଜପା ସେବାରେ ହିଁ ବିଶ୍ୱାସ କରେ l ଜୀବନରେ ଭଲ ପାରିବର୍ତ୍ତନ ଆଣିବା, ଜନଧନ ରୁ ଶୌଚାଳୟ ଯୋଜନା ଅଣାଯାଇଛି l ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସେବା ପ୍ରଦାନ କରାଯାଇଛି l ଧାରା 370 ହଟାଇ ଜମ୍ବୁକାଶ୍ମୀର ନିଜର ବୋଲି ପ୍ରମାଣିତ କରାଯାଇଛି, ସର୍ଜିକାଲ ଷ୍ଟାଇକ କରି ଦେଶର ସୁରକ୍ଷା ସହ ବିଶ୍ୱ ଦରବାରରେ ଆମ ସୈନିକଙ୍କ ସକ୍ଷମତା ପ୍ରକାଶ କରାଯାଇଛି l ନରେନ୍ଦ୍ର ମୋଦୀ ସରକାର ଯେପରି ଘରକୁ ଘର ଯାଇ ତାଙ୍କ 9 ବର୍ଷର ରିପୋର୍ଟ କାର୍ଡ ଦେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ତାଙ୍କ ସାଂସଦ ଓ ବିଧାୟକ ଦ୍ୱାରା ଏପରି ରିପୋର୍ଟ କାର୍ଡ ଜନସାଧାରଣଙ୍କୁ ଦେଇ ପାରିବେ କି ବୋଲି ଡି ପୂରେନ୍ଦୀଶ୍ବରୀ ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିଥିଲେ l ଏଥିର ଅନ୍ୟମାନଙ୍କ ମଧ୍ୟରେ ବରଗଡ ସାଂସଦ ସୁରେଶ ପୂଝରୀ ଯୋଗ ଦେଇ ଅତାବିରା ସହ ଆନ୍ଧ୍ର ପ୍ରଦେଶ ବିଭିନ୍ନ ଟ୍ରେନ ଷ୍ଟେସନ ରେ ରେଲଗାଡି ରହିବାର ବ୍ୟବସ୍ଥା କରିବେ ଯାହାକି ଏଠାରେ ରହିଥିବା ଆନ୍ଧ୍ର ସମ୍ପ୍ରଦାୟ ସେଠାରେ ଯିବା ଆସିବା କରି ଏକ ସଂଯୋଗୀକରଣରେ ରହି ପାରିବେ l ଏହି ଜନସମ୍ପର୍କ ଅଭିଯାନ ରେ ଅତାବିରା ର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ୍, ଅତାବିରା ବିଧାନସଭା ବିଧାୟକ ପ୍ରାର୍ଥୀ ଆଶାୟୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ସେଠ୍, କୁଶ କୁମ୍ଭାର, ବରଗଡ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଅଶୋକ ପଣ୍ଡା, ଉର୍କୁଳୁ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ