Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦ୍ୟାନ କୃଷି ବିଭାଗ ଉଦଘାଟନ ରେ ଚାଷୀଙ୍କୁ ପ୍ରଶିକ୍ଷଣ

ଅତାବିରା – ବରଗଡ ଜିଲା ଅତାବିରା ଠାରେ ବହୁ ଦିନର ଦାବି ପରେ ଶୁକ୍ରବାର ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ଅତାବିରା ବିଧାୟିଜା ସ୍ନେହଙ୍ଗିନୀ ଛୁରିଆ ଉଦଘାଟନ କରିଛନ୍ତି l ଏହି ଅବସରରେ ଚାଷୀଙ୍କୁ ଧାନ ଚାଷ ସହ ଫଳ ବଗିଚା ଲଗାଇ ମିଶ୍ରିତ ଚାଷ କରି ରୋଜଗାର କ୍ଷମ ହେବାକୁ ପରାମର୍ଶ ଦିଆଯାଇଛି l ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଚଳି ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ସମାରୋହରେ ବରଗଡ ଅତିରିକ୍ତ ଜିଲା କୃଷି ଉଦ୍ୟାନ ନିର୍ଦ୍ଧେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗମ୍ଭାରୀପାଲି କୃଷି ଫାର୍ମ ର ବୈଜ୍ଞାନିକ ସୁଚରିତା ସାହୁ, ଅଏଲ ଫାର୍ମର ଉନ୍ନୟନ ଅଧିକାରୀ ସୁବାସ ଜେନା, ଅତାବିରା ପଶୁଡାକ୍ଟର ରୁଦ୍ର ପ୍ରତାପ ସାହୁ, ପଦ୍ମପୁର ଅତିରିକ୍ତ ଜିଲା କୃଷି ଉଦ୍ୟାନ ନିର୍ଦ୍ଧେଶକ ଗୋବିନ୍ଦ ପ୍ରଧାନ, ଅତାବିରା ବ୍ଲକ ମିଶନ ଶକ୍ତି ପ୍ରୋଗ୍ରାମ ଅଧିକାରୀ ଅଲିଭା ପତି ପ୍ରମୁଖ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ଉପସ୍ଥିତ ଚାଷୀଙ୍କୁ ଉଦ୍ୟାନ କୃଷିର ଲାଭ ଓ ସରକାରୀ ସହାୟତା ଉପରେ ଆଲୋକପାତ କରିଥିଲେ l ଅତାବିରା ଉଦ୍ୟାନ କୃଷିର ଦେବାଶିଷ ବେହେରା ଓ ସୁଜାତା ଦାଶ ସହଯୋଗ କରିଥିଲେ l